୬ ଦିନ ସଟ୍‌ଡାଉନ୍‌ ଘୋଷଣା କଲେ ଉପଜିଲ୍ଲାପାଳ

୮୨% ଗାଁ ଗ୍ରୀନ୍ ଜୋନ୍‌ରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଗାଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଅନ୍ୟ ୧୮ ପ୍ରତିଶତ ଗାଁ ରେଡ୍ ଜୋନ ଘୋଷଣା

ଗଂଜାମ: ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ, ହୋମ ଆଇସୋଲେସନ ଓ ହୋମ୍ କ୍ୱାରେଣ୍ଟିନ ଉପରେ ଗୁରୁତ୍ୱ ଦିଆଯାଉଛି।

ଛତ୍ରପୁର ସବ୍‌ଡିଭିଜନର ୭ଟି NACକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ। ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର NAC ସଟ୍‌ଡାଉନ ଘୋଷଣା ହୋଇଛି। କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା NAC ମଧ୍ୟ ସଟ୍‌ଡାଉନ ଘୋଷଣା କରାଯାଇଛି। କାଲିଠାରୁ ୨୧ ଜୁଲାଇ ପର୍ଯ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି।

ସେହିପରି ଗଂଜାମର ୮୨% ଗାଁ ଗ୍ରୀନ୍ ଜୋନ୍‌ରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଗାଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଅନ୍ୟ ୧୮ ପ୍ରତିଶତ ଗାଁ ରେଡ୍ ଜୋନ ଘୋଷଣା କରାଯାଇଛି। ସେହି ଅଂଚଳରେ ଘର ଘର ବୁଲି ସ୍କ୍ରିନିଂ କରାଯିବ। ପୂର୍ବରୁ କେବଳ ସହରାଞ୍ଚଳରେ ସ୍କ୍ରିନିଂ କରାଯାଉଥିଲା।

ସେପଟେ ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି। ଏଥିପାଇଁ ପ୍ରତି ୱାର୍ଡଉପରେ ସ୍ୱତନ୍ତ୍ର ଯୋଜନା କରାଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ଉପରେ ଗୁରୁତ୍ୱ ଦିଆଯାଉଛି। ଯଦି କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରାଯାଏ ତେବେ କଡ଼ା ପଦକ୍ଷେପ ନିଆଯିବ ବୋଲି ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ଉପରେ ଗୁରୁତ୍ୱ ଦେଇ ଗତକାଲି ବାହାର ଜିଲ୍ଲାର ୫ ଅଧିକାରୀଙ୍କୁ ଗଞ୍ଜାମକୁ ପଠାଇଛନ୍ତି ରାଜ୍ୟ ସରକାର। ୪ ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ସରକାର। ତା ସହିତ ୧୦୦ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଛି।

 

 

You might also like