ସାଣ୍ଡ୍‌ ଆନିମେନସରେ କରୋନା ସଚେଚନତା

ଭୁବନେଶ୍ୱର: ସାଣ୍ଡ ଆର୍ଟ ଓ ଆନିମେସନ ମାଧ୍ୟମରେ କରୋନା ସଚେଚନତାର ବାର୍ତ୍ତା ବାଣ୍ଟିଲେ ବାଲୁକା ଶିଳ୍ପୀ ମାନସ ସାହୁ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସବୁବେଳେ ମାସ୍କ ପିନ୍ଧନ୍ତୁ ଏବଂ ଆବଶ୍ୟକ ନଥିଲେ ଘର ବାହାରକୁ ଯାଆନ୍ତୁ ନାହିଁ। ଅନିମେଟେଡ୍‌ ବାଲୁକା କଳା ମାଧ୍ୟମରେ ଏମିତି କିଛି ସଚେତନାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ଏହି ସାଣ୍ଡ ଆନିମେନସରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କୋଭିଡ-୧୯ ମୁକାବିଲା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କୁ ସ୍ଥାନ ଦେଇଛନ୍ତି। ଲୋକମାନେ ବିବ୍ରତ ନ ହୋଇ ସରକାରଙ୍କୁ କରୋନା ମୁକାବିଲା କ୍ଷେତ୍ରରେ ସହଯୋଗ ପାଇଁ ଅପିଲ କରିଛନ୍ତି ମାନସ।

You might also like