ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି…

ଭଦ୍ରକ: ସାବଧାନ ! ଯଦି ଆପଣ ଘର ବାହାରକୁ କୌଣସି କାମରେ ଯାଉଛନ୍ତି, ତା’ହେଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ। କାହିଁକି ନା ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି ଅଙ୍ଗନବାଡି ଓ ଆଶା ଦିଦି। ଭଦ୍ରକ ଜିଲ୍ଲା ଗୁଆମାଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି କିଛି ନିଆରା ଢଙ୍ଗ ଆପଣାଇଛନ୍ତି ଏମାନେ।

ଯେଉଁମାନେ ବାହାରକୁ ଆସୁଛନ୍ତି ଓ ମାସ୍କ ପିନ୍ଧି ନଥିବା ନଜର ଆସୁଛନ୍ତି ଅଙ୍ଗନବାଡି କର୍ମୀ ସଂଯୁକ୍ତା ପାଣିଗ୍ରାହୀ ଓ ଆଶା କର୍ମୀ ସବିତା ବେଜ୍ ସେମାନଙ୍କୁ ଠେଙ୍ଗା ଦେଖାଇ ତାଗିଦ୍‌ କରୁଛନ୍ତି। ଏହାସହ ଲୋକଙ୍କୁ ମାସ୍କ ପିନ୍ଧିବାପାଇଁ କହୁଛନ୍ତି।

କିଛି ଦିନ ହେଲା ସଂଯୁକ୍ତା ଓ ସବିତା ଏଭଳି ଢଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି। ଲୋକମାନେ ମଧ୍ୟ ଏମାନଙ୍କୁ ଦେଖିବାମାତ୍ରେ ସାବଧାନ ହୋଇଯାଉଛନ୍ତି, ଆଉ ମାସ୍କ ପିନ୍ଧି ପକାଉଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କ ନିକଟରୁ ଫାଇନ୍‌ ମଧ୍ୟ ଆଦାୟ ହେଉଥିବା ନଜର ଆସିଛି।

ଆହୁରି ପଢ଼ନ୍ତୁ

You might also like