• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନା ବିପତ୍ତି ବେଳେ ରାଜ୍ୟରେ ପୁଣି ଖୋଲିଲା ପିଡିଏସ୍ ମହାଘୋଟାଲାର ଗୁମର। ରାସନ୍ କାର୍ଡ ପିଛା ସରକାରଙ୍କ ହଜାରେ ଟଙ୍କାର କରୋନା ସହାୟତା ବଣ୍ଟା ଆରମ୍ଭ ହେବା ପରେ  ଏବେ ରାଜ୍ୟର ବହୁ ଅସାଧୁ ପିଡିଏସ ଡିଲରଙ୍କ କଳା କାରନାମା ପଦାକୁ ଆଣିଛି।

ରାସନ କାର୍ଡ ଥାଇ ବି ହିତାଧିକାରୀଙ୍କୁ ମାସ ମାସ ଧରି ପିଡିଏସ ହରିଲୁଟର କଳା କାହାଣୀ ପଦାକୁ ଆସିଛି। ଉପକୂଳରୁ ଉପାନ୍ତ ଯାଏଁ ଲମ୍ବିଥିବା ଏ ଦୁର୍ନୀତି ସହ ଯୋଡ଼ି ହୋଇଛି ଭଦ୍ରକ ଜିଲ୍ଲା। ଅଭିଯୋଗ ଅନୁସାରେ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ଥାଇ ବି ଆଜକୁ ୧୪ ମାସ ଧରି ରାସନ ସମଗ୍ରୀ ପାଉନଥିଲେ।

ଚାନ୍ଦବାଲି ବ୍ଲକ୍ ବଜରାପୁର ଗାଁର କୁଞ୍ଜଲତା ସ୍ୱାଇଁ ନିକଟରେ ସରକାର ରାସନ କାର୍ଡ ପିଛା ହଜାରେ ଟଙ୍କାର କରୋନା ସହାୟତା ଦେବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ରାଶିକୁ କାର୍ଡ ଅନୁସାରେ ବାଣ୍ଟିବାରୁ  ଦୁର୍ନୀତି ପଦାକୁ ଆସିଛି।

ଆଉ ଡିଲରଙ୍କ ଚଞ୍ଚକତା ଧରାପଡ଼ିବା ପରେ କୁଞ୍ଜଲତାଙ୍କୁ ମିଳିଛି ୩ ମାସର ରାସନ ସାମଗ୍ରୀ। ଅନୁରୂପ ଅଭିଯୋଗ ଆଣିଛନ୍ତି ସେହି ବଜରାପୁର ଗାଁର ଆଉ ଜଣେ ହିତାଧିକାରୀ ଜୟନ୍ତ ସାହୁ। ପୂର୍ବରୁ କାର୍ଡ କଟିଯାଇଥିବା କହି ଜୟନ୍ତଙ୍କୁ ଠକି ଆସୁଥିଲେ ବି କରୋନା ସହାୟତା ରାଶି ମିଳିବା ପରେ ତାଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ବାଧ୍ୟ ହୋଇଛନ୍ତି ଡିଲର।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ବି ସାମ୍ନାକୁ ଆସିଛି ଡିଲରଙ୍କ ଚଞ୍ଚକତା। ସ୍ଥାନୀୟ ଆରୁହା ପଞ୍ଚାୟତ କୋହ୍ଲା ଗାଁର ଖାଦ୍ୟ ସୁରକ୍ଷା ଯୋଜନା ହିତାଧୀକାରୀ ହେଲେ ଧୃବ ସାହାଣୀ। ମାଆ ପାର୍ବତୀଙ୍କ ନାଁରେ ଥିବା କାର୍ଡ କଟି ଯାଇଥିବା କହି ଦୀର୍ଘ ୩ ବର୍ଷ ହେଲା ତାଙ୍କୁ ଚାଉଳ ଦେଉନାହାନ୍ତି ଡିଲର। ମାଆଙ୍କ ମୃତ୍ୟୁ ପରେ ନିଜ ନାଁରେ ନୂଆ କାର୍ଡ ଖଣ୍ଡେ କରିବା ପାଇଁ ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେ ବି ଆଜି ଯାଏଁ କେହି ତାଙ୍କ ଗୁହାରୀ ଶୁଣିନାହାନ୍ତି।

ତେବେ ତାଙ୍କ ୯ ଜଣିଆ ପରିବାର ନାଁରେ ପ୍ରତି ମାସରେ ୪୫ କିଲୋ ଚାଉଳ ଉଠୁଥିବା ଧୃବ ମାର୍କେଟିଂ ଇନ୍ସପେକ୍ଟରଙ୍କ ଠାରୁ ସୂଚନା ପାଇବା ପରେ  ନ୍ୟାୟ ପାଇଁ ସରପଞ୍ଚ ଓ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ତାଙ୍କ ନାଁରେ ଆସିଥିବା ଏକ ହଜାର ଟଙ୍କା କରୋନା ସହାୟତାକୁ ବି ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ପିଡିଏସ ଡିଲର ବିଭିନ୍ନ ବାହାନା କରି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ରୀତିମତ ଶୋଷଣ କରିଆସୁଛନ୍ତି। କରୋନା ଲକଡାଉନ ସମୟରେ ଗରିବଗୁରୁବାଙ୍କ ଜୀବନ ହାଁହାଁକାର ଭିତରକୁ ଠେଲି ହୋଇଯାଇଥିଲେ ମଧ୍ୟ ଅସାଧୁ ଡିଲରମାନେ ସେମାନଙ୍କ ପେଟରେ ଲାତ ଦେବାକୁ ପଛାଉ ନାହାନ୍ତି। ଏଭଳି ଅସହାୟ ହିତାଧିକାରୀଙ୍କୁ କିଭଳି ନ୍ୟାୟ ମିଳିବ ସେନେଇ ଖାଦ୍ୟ ଯୋଗାଣ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

ଚାଉଳ ହେଉ କି କିରୋସିନ, ହିତାଧିକାରୀଙ୍କୁ ବର୍ଷ ବର୍ଷ ଧରି ସେମାନଙ୍କ ଅଧିକାରରୁ ବଞ୍ଚିତ କରି ଆସୁଥିଲେ ଡିଲର।  ୪ ଦିନ ତଳେ ପୁରୀ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାର ଏ ଦୁର୍ନୀତି ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ବି ଦୁର୍ନୀତିର ଚେର ଲମ୍ବିଥିବା ଜଣାପଡ଼ିଛି।

Corona-assistance-exposes-pds-scam-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories