କୋଭିଡ୍ ରୋକିବାରେ ସହାୟକ ହେଉଛି ଆଇଭରମେକ୍ସିନ !

ଭୁବନେଶ୍ୱର:  କୋଭିଡ୍ ରୋକିବାରେ ସହାୟକ ହେଉଛି କି ଆଇଭରମେକ୍ସିନ ? ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଆଇଭରମେକ୍ସିନର ୨ଟି ଡୋଜ୍ କୋଭିଡ ଭୂତାଣୁ ସଂକ୍ରମଣକୁ ୭୩ ପ୍ରତିଶତ କମାଇଦେଉଥିବା ଗବେଷଣାରେ ଦାବି କରାଯାଇଛି। ଗତ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୯ ମଧ୍ୟରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ଏମ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ ଗବେଷଣା ହୋଇଥିଲା।

୧୨ ଜଣ ବିଶେଷଜ୍ଞଙ୍କ ଏହି ଗବେଷଣାରେ ସାମିଲ ଥିଲେ ।ଏହି ଗବେଷଣାର ଫଳାଫଳ ସାମ୍ନାକୁ ଆସିବା ପରେ କରୋନା ସଂକ୍ରମଣକୁ ମୁକାବିଲା କରିବା ନେଇ ଏକ ନୂଆ ଆଶା ଦେଖା ଦେଇଛି।

You might also like