ଦାମ ବାବୁଙ୍କୁ ସମର୍ଥନ କଲେ ନିରଂଜନ ପଟ୍ଟନାୟକ
ଭୁବନେଶ୍ୱର : ସମବାୟ ଦୁର୍ନୀତିକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ଯେଉଁ ଗୁରୁତର ଅଭିଯୋଗ ଅାଣିଛନ୍ତି, ତାକୁ ସମର୍ଥନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ ଅଭିଯୋଗ କରିଛନ୍ତି, ସମବାୟ ବ୍ୟାଙ୍କରେ ଚାଷୀ ଋଣ ଛାଡ଼ ପଇସା ଅାତ୍ମସାତ୍ ହୋଇଛି। ସବୁ ସୋସାଇଟିରେ ହେର୍ଫେର୍ ହୋଇଛି। ଏପରିକି ଘସିପୁରା, କେଶଦୁରାପାଳ ବ୍ଲକ୍ରେ ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ନିରଂଜନ।
ଏହା ସହିତ ସେ ଅାହୁରି କରିଛନ୍ତି ଯେ, ଦାମ ବାବୁ ମନ୍ତ୍ରୀ ଥିଲେ, ତାଙ୍କ ପାଖରେ ଏହି ସମବାୟ ଦୁର୍ନୀତି ନେଇ ଅଧିକ ତଥ୍ୟ ଥିବ। ଅନ୍ୟପଟେ ବିଜେପି ମଧ୍ୟ ଦାମଙ୍କ ମନ୍ତବ୍ୟକୁ ସମର୍ଥନ କରିବା ସହ ଦାମବାବୁ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗର ତଦନ୍ତ ଦାବି କରିଛି। ରାଜ୍ୟ ସରକାର ତଦନ୍ତ ନକଲେ କେନ୍ଦ୍ର ନିକଟରେ ସିବିଅାଇ ତଦନ୍ତ ଦାବି କରାଯିବ ବୋଲି ରାଜ୍ୟ ବିଜେପି କହିଛି। ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳି ପାରିନାହିଁ।
ସେପଟେ ୮୦୦ କୋଟି ଟଙ୍କାର ସମବାୟ ଋଣ ନେଇ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ଅାଣିଥିବା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ, ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟ୍ରେ ସେ ଲେଖିଛନ୍ତି, ବିଜୁ ଅଙ୍କଲଙ୍କ ପୁରୁଣା ସହଯୋଗୀ ଅାକ୍ରମଣାତ୍ମକ ଭଙ୍ଗୀରେ ଅଭିଯୋଗ ଅାଣିଛନ୍ତି। ଗତବର୍ଷ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାର କାରଣ ଦର୍ଶାଇଛନ୍ତି।
Seems Biju uncle’s old warhorse is firing on all cylinders, as he’d threatened. He’d said he was dropped from Odisha’s cabinet last yr for ordering inquires on a scam involving a politically powerful bureaucrat. In the first 3 terms of this govt, it wd’ve been acted on.
Now??? https://t.co/8vyMfMHJbg— Baijayant Jay Panda (@PandaJay) 9 September 2018
କ୍ଷମତାଶାଳୀ ଅଫିସରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ିଥିବା ସେ କହିଛନ୍ତି। ପ୍ରଥମ ୩ଟି ଶାସନ କାଳରେ ହୋଇଥିଲେ, କାର୍ଯ୍ୟାନୁଷ୍ଠାନ ହୋଇଥାଅାନ୍ତା। ଏବେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ପଣ୍ଡା।