ରାଷ୍ଟ୍ରପତି ସାହସିକତା ପୁରସ୍କାରକୁ ନେଇ ବିବାଦ

ପ୍ରଶାନ୍ତିଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇଥିବା ଦାବି କଲେ ପ୍ରତିଭା

ଭୁବନେଶ୍ୱର : କୁମ୍ଭୀର ମୁହଁରୁ ବଂଚାଇଥିବା ସାହସିକତା ପୁରସ୍କାରକୁ ନେଇ ବିବାଦ। ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଙ୍କୁଅାଳ ଗାଁରେ ଗତ ବର୍ଷ ୮ ବର୍ଷର ଝିଅ ଅଶାନ୍ତି ଦଳାଇଙ୍କୁ ମମତା ଦଳାଇ ଉଦ୍ଧାର କରିବା ଖବରରେ ମିଳିଥିଲା ରାଷ୍ଟ୍ରପତି ପୁରସ୍କାର।

ଏବେ ଏହି ଘଟଣା ନେଇଛି ନୂଅା ମୋଡ। ଅାଉ ଜଣେ ୧୨ ବର୍ଷର ଝିଅ ପ୍ରତିଭା ବେହେରା ଅଶାନ୍ତିଙ୍କୁ ବଂଚାଇଥିବା ଦାବି କରି ପରିବାର ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଧାରଣା ଦେଇଛନ୍ତି ପ୍ରତିଭା ଏବଂ ତାଙ୍କ ପିତାମାତା।

You might also like