ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିବାଦ

ପୁରୀ : ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିବାଦ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଉଦ୍‌ଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ।

ଏହାସହ ଉଦ୍‌ଘାଟନ ପ୍ରକଳ୍ପକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

ସେପଟେ ବାକିଥିବା କାମକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କାଳିଯାଇ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ଏଠାରେ ସିଡିଏ ପକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କାରେ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ କରାଯାଇଛି।

ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମା ଏହି ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଥିଲେ। ତେବେ ସେପଟେ ରାଜାଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବିଧାୟକ ସଞ୍ଜୟ ଦାସବର୍ମା।

You might also like