ବଲାଙ୍ଗିର ବିଜୁ ଯୁବ ବାହିନୀ ସମାବେଶରେ ଅବ୍ୟବସ୍ଥା

ଖାଇବାକୁ ନମିଳିବାରୁ କଂଚା ମାଂସ ବୋହିନେଲେ ଲୋକେ

ବଲାଙ୍ଗିର : ଗତକାଲି ବଲାଙ୍ଗିରରେ ଆୟୋଜିତ ହୋଇଥିଲା ବିଜୁ ବାହିନୀର ଆଞ୍ଚଳିକ ସମାବେଶ। ବଲାଙ୍ଗିର ସମେତ ସୋନପୁର,କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯୁବ ବାହିନୀର କର୍ମକର୍ତ୍ତା ଯୋଗ ଦେଇଥିଲେ।

ସମାବେଶ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କାଳିଆ ଯୋଜନା ସମାବେଶରେ ସାମିଲ ହେବା ପାଇଁ ରାତା ରାତି ଚାଷୀ କରି ପୁରୀ ନିଆଯାଇଥିଲା। କିନ୍ତୁ ଗତକାଲିର ସମାବେଶରେ ଦେଖା ଦେଇଥିବା ଅବ୍ୟବସ୍ଥା, ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଇବା ପିଇବା ସବୁ ବ୍ୟବସ୍ଥା ଥିବା କହି ଶହଶହ ଲୋକଙ୍କୁ ନିଆଯାଇଥିବାବେଳେ, ଖାଇବାକୁ ନପାଇ ଯୁବ ବାହିନୀର ସଦସ୍ୟ ରାସ୍ତା ରୋକ୍‌ କରିଥିଲେ। ଏମିତିକି କଞ୍ଚା ମାଂସକୁ ବୋହି ନେବା ପାଇଁ ଟଣା ଓଟରା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଭୋକ ଉପାସରେ ଚାଷୀ ପରିଚୟ ପତ୍ର ନଥାଇ ବି ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ରାତିରେ ନିଆଯାଇଥିଲା ପୁରୀ। ଶହଶହ ସଦସ୍ୟ ଗତକାଲି ଭୋକ ଉପାସରେ ଆଉଟ ପାଉଟ ହୋଇଥିବା କହିଛନ୍ତି। କିଛି ଲୋକ ନିଜ ହାତରୁ ଖର୍ଚ୍ଚ କରି ବାହାରେ ଖାଇଥିବାବେଳେ, ଅନ୍ୟ କିଛି ଦିନସାରା ଭୋକରେ ରହିଥିଲେ। ସେପଟେ ଘଟଣାକୁ ନେଇ ସମାବେଶରେ ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା।

ଭୋକ ବିକଳରେ ଯୁବ ବାହିନୀ ସଦସ୍ୟ ବଲାଙ୍ଗିର ଆଇଟିଆଇ ପଡ଼ିଆରେ ହୋଇଥିବା ସେଣ୍ଟ୍ରାଲ କିଚେନରେ ପ୍ରବେଶ କରିଥିଲେ। ଯୋର ଜବରଦସ୍ତ ସେଠାରେ ଥିବା ଦରରନ୍ଧା ଖାଦ୍ୟକୁ ବୋହି ନେଇଥିଲେ। ଏମିତିକି ରୋଷେଇ ପାଇଁ ଆସିଥିବା କଂଚା ମାଂସକୁ ବି ଛାଡିନଥିଲେ। ଯିଏ ଯେଉଁଥିରେ ପାରୁଥିଲା କଂଚା ମାଂସକୁ ବୋହି ନେଇଯାଉଥିଲା।

 

You might also like