• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ନିମ୍ନମାନର ରାସ୍ତାକାମ ଅଭିଯୋଗ ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମ ନେଇ ବିଧାୟକଙ୍କ ଉଦ୍‌ବେଗ ପରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“କଣ୍ଟ୍ରୋଲ ରୁମରେ ଏକ ଫୋନ ନମ୍ବର ରହିବ। ସମସ୍ତ ବ୍ଲକ୍‌, ପଞ୍ଚାୟତ, ନିର୍ବାହୀ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ କାର୍ଯ୍ୟାଳୟରେ ଏହି  ନମ୍ବର ଉଲ୍ଲେଖ ରହିବ।  ନମ୍ବର ମାଧ୍ୟମରେ ଲୋକ ଅଭିଯୋଗ କରିପାରିବେ। ଅଭିଯୋଗର ୬୦ ଦିନ ମଧ୍ୟରେ ରିପୋର୍ଟ ଦେବେ।  ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”।

‘ପରବର୍ତ୍ତୀ ସମୟରେ ଟୋଲ୍‌ ଫ୍ରି ନମ୍ବର ଜାରି କରାଯିବ’ ବୋଲି ମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣରେ ନିମ୍ନମାନର ହେଉଥିବା ଅଭିଯୋଗ ଆଣି କଂଗ୍ରେସ ବିଧାୟକ ସୁରେଶ ରାଉରତାୟ ଉଦବେଗ ପ୍ରକାଶ କରିଥିଲେ। ଶାସକ ଦଳର ବିଧାୟକମାନେ ମଧ୍ୟ ନିମ୍ନମାନର କାମ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Control-room-to-be-opened-for-complaint-of-poor-road-work-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories