ରଜ କିଣାବିକା ନେଇ ଗାଇଡଲାଇନ ଜାରି କଲେ ସରକାର

ଭୁବନେଶ୍ୱର: କରୋନା ଅପଡେଟ ବିଷୟରେ ସୂଚନା ଦେବାକୁ ମୁଖପାତ୍ର ସୁବ୍ରତ ବାଗଚୀ ପୁଣିଥରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଆଜି ରଜ କିଣାବିକା ଗାଇଡଲାଇନ ନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ବାଗଚୀ। ଗୋଟିଏ ରଜପାଇଁ ଜୀବନକୁ ବିପନ୍ନ ନକରିବାକୁ ଲୋକମାନଙ୍କୁ କହିବା ସହିତ ରଜ ବଜାର ଓ ରଜ ପାଳନ ନେଇ ମାର୍ଗଦର୍ଶିକା ବିଷୟରେ ସୂଚନା ଦେଇଛନ୍ତି। ଏଥର ଗାଇଡ୍‌ ଲାଇନ୍‌ରେ ରହି ରଜ କେମିତି ପାଳନ କରାଯିବା ତାର ପୂରା ବିବରଣୀ ରଖିଛନ୍ତି ବାଗ୍‌ଚୀ।

  • ବିନା ମାସ୍କରେ ଗ୍ରାହକଙ୍କୁ ଭିରତକୁ ଛାଡ଼ିବେନି।
  • ହାତ ସାନିଟାଇଜ କରିବେ ଓ ନଗଦ କାରବାର ହ୍ରାସ କରି ଡିଜିଟାଲ ପେମେଣ୍ଟ ଗ୍ରହଣ କରିବେ
  • ଲୁଗା ଦୋକାନୀମାନେ ହାତରେ ଗ୍ଲୋଭସ ପିନ୍ଧି ଜିନିଷ ଦେଖାଇବେ।
  • ଗ୍ରାହକମାନେ ଦୋକାନ ବାହାରେ ୬ଫୁଟ ଦୂରତ୍ୱ ରଖି ଛିଡ଼ା ହେବେ
  • ଲୋକମାନଙ୍କୁ ଭିଡ଼ ଦୋକାନକୁ ନିଯିବାକୁ ପରାମର୍ଶ।
  • ପରିବାରର ସବୁ ଲୋକ ଜିନିଷ ପାଇଁ ଯାଆନ୍ତୁନି। ଏଥିପାଇଁ ଜଣେ ହିଁ ଯାଆନ୍ତୁ।
  • ଘରକୁ ଜିନିଷ ଆଣି କିଛି ଘଣ୍ଟା ରଖନ୍ତୁ।
  • ଭିଡ଼ କରୁଥିବା ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ।

ଏହାପୂର୍ବରୁ କେନ୍ଦୁଝର ପ୍ରଶାସନ ମଧ୍ୟ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି। ୧୩ ତାରିଖଠାରୁ ରଜ ପର୍ବ ପାଳନ ହେବାକୁ ଥିବା ବେଳେ ଆଜିଠାରୁ କଟକଣା ଲାଗୁ ହୋଇଛି। ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଏସବୁ କେହି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

ଆସନ୍ତାକାଲିଠାରୁ ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ ଦୋକାନ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଖୋଲା ରହିବ। ହେଲେ ଅନ୍ୟ ସବୁ ଦୋକାନ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like