ଦରକାର ବେଳେ ନେଲେ, ଏବେ ବିନା ନୋଟିସରେ ବିଦା କଲେ

ବ୍ରହ୍ମପୁର: ଦରକାର ବେଳେ ନେଲେ, ଏବେ ବିନା ନୋଟିସରେ ବିଦା କରିଦେଲେ। ଏଭଳି ଅଭିଯୋଗ କରି ଗଂଜାମରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟ କର୍ମୀ। କରୋନା ବେଳେ ଜୀବନକୁ ବାଜି ଲଗାଇ କାମ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାର ବହିଷ୍କାର କରିବା ପରେ ଏନ୍ଏମ୍, ଜିଏନ୍ଏମ ଓ ଫାର୍ମାସିଷ୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ରାତିରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ତିନିମାସ ପାଇଁ ଚୁକ୍ତି କରି ଏହା ପୂର୍ବରୁ ବହିଷ୍କାର କରାଯାଇଥବାରୁ ଏହାକୁ ସ୍ୱାସ୍ଥ୍ୟକର୍ମୀ ମାନେ ବିରୋଧ କରିଛନ୍ତି। ଜିଲ୍ଲାପାଳ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ କର୍ମୀ।

ଏହି ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ  ଏପଟେ ଏନେଇ ଅସ୍ଥାୟୀ ଭାବେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା, ହେଲେ କୋଭିଡ କେୟାର ସେଣ୍ଟର ବନ୍ଦ ହୋଇଗଲା ପରେ ସେମାନଙ୍କୁ ଆସିବାକୁ ମନା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି।

You might also like