ବ୍ରାଉନସୁଗର ମୋହରେ BMC ଠିକା କର୍ମଚାରୀ

ଭୁବନେଶ୍ୱର: ବ୍ରାଉନସୁଗର କାରବାରରେ ବିଏମ୍‌ସି ଠିକା କର୍ମଚାରୀଙ୍କ ସମ୍ପୃକ୍ତି। ବ୍ରାଉନସୁଗର ମୋହରେ ପଡ଼ିଥିବା ଭୁବନେଶ୍ୱର ମହାନଗର ନିଗମର(ବିଏମ୍‌ସି) ଜଣେ ଠିକା ପିଅନ ଦିଲୀପ ବେହେରାଙ୍କଠାରୁ ୭.୫ ଗ୍ରାମ ବ୍ରାଉନସୁଗର ପୋଲିସ୍ ଜବତ କରିଛି‌।

ଏହା ସହ ତାଙ୍କ ନିକଟରୁ ୪୨ ହଜାର ଟଙ୍କା, ୫ଟି ମୋବାଇଲ, ୪୦ ଗ୍ରାମ ସୁନା, ଗୋଟିଏ କାର୍ ମଧ୍ୟ ଜବତ ହୋଇଛି। ସବୁଠାରୁ ବଡ଼କଥା ହେଲା, ଦିଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ସୂଚନା ଦେଇଛି ଲିଙ୍ଗରାଜ ପୋଲିସ୍‌।

ଦିଲୀପ ବିଏମ୍‌ସି ବ୍ଲଡ୍‌ ବ୍ୟାଙ୍କଠାରେ ଠିଆ ହୋଇ ବ୍ରାଉନସୁଗର ବିକ୍ରି କରିଥାନ୍ତି। କୌଣସି ସୂତ୍ରରୁ ଖବର ପାଇ ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା। ଏହି ସମୟରେ ଦିଲୀପଙ୍କ ଗାଡ଼ି ଡିକି ଭିତରୁ ଏସବୁ ଜବତ କରିଥିଲା ପୋଲିସ୍‌। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଦିଲୀପଙ୍କ ଗ୍ୟାଙ୍ଗର କେଉଁମାନେ ସମ୍ପୃକ୍ତ ଅଛନ୍ତି ? କାହାକୁ କାହାକୁ ସେ ବ୍ରାଉନସୁଗର ଦେଇଛନ୍ତି ? କେବେଠୁ ସେ ଏହି କାରବାରରେ ଲିପ୍ତ ? ଏସବୁର ଖୋଳତାଡ କରୁଛି କମିଶନରେଟ୍ ପୋଲିସ୍‌।

ଆହୁରି ପଢ଼ନ୍ତୁ

You might also like