ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ। ଭୁବନେଶ୍ୱର ଡୁମୁଡୁମାରେ ଜଣେ ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଠିକାଦାରଙ୍କ ଗାଡ଼ି ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ପ୍ରାୟ ୨୦ରୁ ୨୫ ଯୁବକ ଗତକାଲି ବିଳମ୍ବିତ ରାତିରେ ଠିକାଦାରଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ୨ଟି କାର୍ ଓ ମାରଣାସ୍ତ୍ର ଜବତ ହେବାସହ ପୁଲିସ୍‌ ୨ ଜଣ ଯୁବକଙ୍କୁ ଗିରଫ କରିଛି।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

You might also like