କଟକ ପଟ୍ଟାପୋଲରୁ ହଟିଲା କଣ୍ଟେନମେଣ୍ଟ କଟକଣା

କଟକ: କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇଲା ସିଏମ୍‌ସି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା।

ତେବେ ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେଠାରେ ସ୍ଥାନୀୟ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ହୋଇଛି। ତେଣୁ ଗତ ୪ ତାରିଖରୁ ଆବଦ୍ଧାଞ୍ଚଳ ଭାବେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିଛି।

କଟକ ମହାନଗର ନିଗମ ତେବେ ଲକ୍‌ଡାଉନ ସଂପର୍କିତ କଟକଣା ଏଠାରେ ବଳବତ୍ତର ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

You might also like