ଆଉ ୩ଟି ସ୍ଥାନରୁ ଉଠିଲା କଣ୍ଟେନମେଣ୍ଟ କଟକଣା

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଗୋଟିଏ ଗାଁ ଏବଂ ସାଲେପୁର ତହସିଲର ୨ଟି ଗାଁ କଣ୍ଟେନମେଣ୍ଟ ଜୋନ ମୁକ୍ତ। ନିଶ୍ଚିନ୍ତକୋଇଲର ଜୟୀରାମପୁର ପଞ୍ଚାୟତର ୧ ନମ୍ବର ଓ୍ୱାର୍ଡ ଓ ସାଲେପୁର ବ୍ଲକ ମିର୍ଜାପୁରର ୧୨ ନମ୍ବର ଓ ୧୩ ନମ୍ବର ଓ୍ୱାର୍ଡରୁ କଟକଣା ଉଠିଲା।

କରୋନା ଆକ୍ରାନ୍ତ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନ ନେଲା ନିଷ୍ପତ୍ତି। କଟକ ଜିଲ୍ଲାପାଳ ୨ ଅଞ୍ଚଳରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରିଛନ୍ତି ସିଡିଏମ୍ଓ ଏବଂ  ଉଭୟ ତହସିଲଦାରଙ୍କ ରିପୋର୍ଟ ପରେ କଟକଣା ପ୍ରତ୍ୟାହାର କରିଛନ୍ତି।

ଜିଲ୍ଲାପାଳ ଉଭୟ ଅଞ୍ଚଳରେ କରୋନା ବ୍ୟାପି ନଥିବା ନେଇ ରିପୋର୍ଟ ପ୍ରଦାନ ପରେ କଟକଣା ପ୍ରତ୍ୟାହାର କରାଯାଇଛି। କଣ୍ଟେନମେଣ୍ଟ ହଟିଥିଲେ ବି ପୂର୍ବବତ୍ ଲକଡାଉନ୍ କଟକଣା ଜାରି ରହିବ। ଏପ୍ରିଲ ୫ ତାରିଖରେ ଉଭୟ ଅଞ୍ଚଳରେ କଣ୍ଟେନମେଣ୍ଟ ଲାଗୁ ହୋଇଥିଲା।

ସେହିପରି ଗତକାଲି କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ସିଏମ୍‌ସି ହଟାଇଦେଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା।

You might also like