ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଛି। ସହରର ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩କୁ ପ୍ରତ୍ୟାହାର କରି ନିଆଯାଇଛି।
ତେବେ ଏହିସବୁ ଅଞ୍ଚଳରେ ଲକଡାଉନ ନିୟମାବଳୀ ପୂର୍ବଭଳି ଲାଗୁ ରହିବ। ୨ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ସଂସ୍ପର୍ଶରେ ଆସିଥିବା କୌଣସି ଲୋକଙ୍କ ନମୁନା ପଜିଟିଭ୍ ନ ଆସିବାରୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରିନେଇଛି। ଏନେଇ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୂର୍ବରୁ ଏପ୍ରିଲ ୧୫ ତାରିଖରେ ପୁରୁଣା ବଜାର ଅଂଚଳରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହୃତ ହୋଇଥିଲା।