ଏଠି କୋହଳ ହେଲା କଣ୍ଟେନ୍‌ମେଣ୍ଟ ନିୟମ; ଆଜିଠୁ ଖୋଲିବ ଅତ୍ୟାବଶ୍ୟକ ଦୋକାନ

ଯାଜପୁର; ଓଡ଼ିଶାରେ କରୋନାସ୍ଥିତିରେ ସୁଧାର ଆସି ନ ଥିଲେ ହେଁ ଧୀରେ ଧୀରେ ଆକ୍ରାନ୍ତମାନଙ୍କ ଅବସ୍ଥା ସୁଧୁରୁଛି। ପୂର୍ବରୁ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ପରେ ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲାର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରଲେଣି।  ଯାଜପୁର ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ଡାକ୍ତରଖାନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିବା ପରେ ଜିଲ୍ଲାବାସୀ ଆଶ୍ୱସ୍ତ ହୋଇଛନ୍ତି। ଫଳରେ  ଯାଜପୁର ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ନିୟମକୁ ଆଂଶିକ କୋହଳ କରାଯାଇଛି।

ଗତ ଶୁକ୍ରବାର କରୋନା ଭାଇରସ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୪୫ଜଣଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇଥିଲେ। ଏମାନଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ଏବଂ କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ଥିଲେ । ଏମାନଙ୍କ ନମୁନା ନେଗେଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଥିଲା।

ଯାଜପୁର ଜିଲ୍ଲାରେ  ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲା ପ୍ରଶାସନ କୋହଳ ମନୋଭାବ ପୋଷଣ କରିଛି।  ଆଜିଠାରୁ ଜିଲ୍ଲାର ବ୍ରହ୍ମବରଦା  ଅଞ୍ଚଳରେ ଥିବା ସମସ୍ତ ବିଦ୍ୟୁତ ସାମଗ୍ରୀ ଦୋକାନ, ବହି ଦୋକାନ, ସାଇକେଲ ମରାମତି ଦୋକାନ, ଗ୍ୟାରେଜ ଏବଂ ଦୁଗ୍ଧଜାତ ସମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି।  ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଏସବୁ ଖୋଲିବାକୁ ନିର୍ଦ୍ଦେଶ ମିଳିବା ପରେ ଆଜି କିଛି ଏଠାରେ କିଛି କିଛି ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଛି।

You might also like