କାହିଁକି ଏଠାରୁ ପ୍ରତ୍ୟାହାର କରାଗଲା କଣ୍ଟେନମେଣ୍ଟ କଟକଣା ?

କଟକ:ରାଜ୍ୟରେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅନେକ ଆକ୍ରାନ୍ତଙ୍କ  ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସେମାନେ ମଧ୍ୟ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପାଇବାପରେ ଓଡ଼ିଶାବାସୀଙ୍କ ମନରେ ଥିବା କରୋନା ଜନିତ ଭୟ ସାମାନ୍ୟ ଦୂର ହୋଇଛି।

କଟକ ପଟ୍ଟାପୋଲ ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଜଣା ପଡ଼ିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ରୋଡ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ଲୋକଙ୍କୁ ଘରକୁ ବାହାରିବାକୁ ବାରଣ କରାଯାଇଥିଲା।  ଗତ ଶୁକ୍ରବାର ଉକ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେତିକି ନୁହେଁ,  ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଶ୍ୱସ୍ତ ହୋଇଛନ୍ତି କଟକବାସୀ। ଏଠାରେ ସ୍ଥାନୀୟ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ହୋଇଛି ।

ତେଣୁ ଗତ ୪ ତାରିଖରୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ଏହି ଅଞ୍ଚଳରୁ କଟକଣାକୁ ପ୍ରତ୍ୟାହାର କରିଛି କଟକ ମହାନଗର ନିଗମ।  ତେବେ ଲଡାଉନ ସଂପର୍କିତ କଟକଣା ଏଠାରେ ବଳବତ୍ତର ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

You might also like