ପୋଡ଼ାଗଡ଼ରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍‌ ଅବଧି

କୋରାପୁଟ: କୋରାପୁଟ ଜିଲ୍ଲାର ପୋଡ଼ାଗଡ଼ରେ ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ୍‌ ଅବଧି। ପୋଡ଼ାଗଡ଼ ପଞ୍ଚାୟତ ଓ ଏହାର ୩ କିମି ପରିଧି ମଧ୍ୟରେ ଥିବା ଅଞ୍ଚଳରେ ପୁଣି ୪୮ ଘଣ୍ଟା କଣ୍ଟେନମେଣ୍ଟ ଅବଧି ବଢ଼ାଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର।

ଦିନ ୧୨ଟା ଠାରୁ ୪ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇ ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ପୋଡ଼ାଗଡ଼ରେ କୋରାପୁଟ ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ କେସ୍ ଠାବ ହେବା ପରେ ୨ଟି ପର୍ଯ୍ୟାୟରେ ୪୮ ଘଣ୍ଟା ଲେଖାଏଁ କଣ୍ଟେନମେଣ୍ଟ ଅବଧି ବଢ଼ାଇଥିଲା ପ୍ରଶାସନ। ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ପୁନଃ ତୃତୀୟ ପର୍ଯ୍ୟାୟରେ ଆହୁରି ୪୮ ଘଣ୍ଟା ଏହାକୁ ବଢ଼ାଇ ଦିଆଯାଇଛି। ପୋଡ଼ାଗଡ଼ ପଞ୍ଚାୟତର ୨୧ଟି ଗାଁରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ଆବଶ୍ୟକ ସ୍ଥଳେ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଓରମାସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ଦରରେ ଗାଁ ମୁଣ୍ଡରେ ବିକ୍ରି କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

You might also like