ବଦଳିଲା ନିଷ୍ପତ୍ତି; ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାମ

ପୁରୀ: ଅମ୍ପନ ପ୍ରଭାବରେ ପୁରୀରେ ଆକାଶ ମେଘୁଆ ରହିଛି । ସମ୍ଭାବ୍ୟ ବାତ୍ୟା ସତର୍କତା ସୂଚନା ପାଇବା ପରେ ରଥଖଳାରେ ରଥ ନିର୍ମାଣ କାମକୁ ୨ ଦିନ ପାଇଁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି।

ମେଘୁଆ ପାଗ ସତ୍ତ୍ୱେ ଆଜି ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା ।

ପାଗକୁ ଦେଖି ଗତକାଲି ରଥକାମ ବନ୍ଦ ରହିଥିଲା । କିନ୍ତୁ ବାତ୍ୟାର ପ୍ରଭାବ ସେତେଟା ନଥିବାରୁ ସ୍ୱାଭାବିକ ଭାବେ ସକାଳୁ କାମ ଚାଲିଛି। ରଥ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

ସମସ୍ତ ୪୨ଟି ତୁମ୍ବର ବିନ୍ଧ କାମ ଶେଷ ହୋଇଛି । ନନ୍ଦିଘୋଷର ୯ଟି, ଦେବୀ ସୁଭଦ୍ରାଙ୍କ ରଥର ୭ଟି ଏବଂ ବଳଭଦ୍ରଙ୍କ ରଥର ୮ଟି ଚକ କାର୍ଯ୍ୟ ଏଯାଏଁ ସମ୍ପନ୍ନ ହୋଇଛି।

You might also like