ବଲାଙ୍ଗିର : ଟ୍ରକ୍ ଚାଳକଙ୍କୁ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ କଣ୍ଟାବାଞ୍ଜି ଟାଉନ୍ ଥାନା ହାବିଲଦାର ସଂକୀର୍ତ୍ତନ ପଟେଲ ନିଲମ୍ବନ କରାଯାଇଛି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି ଡିଆଇଜି। ମୋ ସରକାର ଯୋଜନାର ସଠିକ ରୂପାୟନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଡିଜି କହିଛନ୍ତି। ହାବିଲଦାର ଲାଞ୍ଚ ମାଗିବା ବେଳର ଭିଡିଓ ଭାଇରାଲ ହୋଇଥିଲା।
ଓଟିଭିରେ ଖବର ପ୍ରସାରଣ ପରେ ଡିଜି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ, ବଲାଙ୍ଗିରିର ଜଣେ ଟ୍ରକ୍ ଚାଳକଙ୍କୁ ହାବିଲଦାର ସଂକୀର୍ତ୍ତନ ଲାଞ୍ଚ ମାଗିବା ଅଭିଯୋଗ ହୋଇଥିଲା। ଟ୍ରକ୍ ଅଟକାଇ ଏକ ବାଇକ୍ରେ ବସି ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଏନେଇ କଣ୍ଟାବାଞ୍ଜି ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା।