ନିଲମ୍ବିତ ହେଲେ ହାବିଲଦାର

ଅଜଣା ଯୁବତୀଙ୍କୁ ହାବିଲଦାର ବନ୍ଧୁକ ଧରାଇବା ଘଟଣା

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଜଣା ଯୁବତୀଙ୍କୁ ହାବିଲଦାର ବନ୍ଧୁକ ଧରାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। କମିଶନରେଟ ପୁଲିସ ତରଫରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ତାଙ୍କ ନା ଭାଗ୍ୟଧର ନାୟକ। ସେ ଓଡ଼ିଶା ପୁଲିସର ଷଷ୍ଠ ବାଟାଲିୟନର ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସାଧାରଣତନ୍ତ୍ର ଦିବସରେ ବିଧାନସଭା ବାହାରେ ସେ ଡ୍ୟୁଟିରେ ଥିଲେ। ତେବେ ଡ୍ୟୁଟି ସାରି ଫେରିବା ସମୟରେ ସଂପୃକ୍ତ ଯୁବତୀଙ୍କୁ ହାବିଲଦାର ଜଣଙ୍କ ବନ୍ଧୁକ ଧରାଇ ଦେଇଥିଲେ।

ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ-୪୭କୁ ଯୁବତୀଙ୍କୁ ଦେଇଥିଲେ ? ଯୁବତୀ ଜଣଙ୍କ କିଏ ? ପୁଲିସ କର୍ମଚାରୀଙ୍କ ସହ ତାଙ୍କର କି ସଂପର୍କ ରହିଛି ? ଏସବୁ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ ପୋଲିସ।

You might also like