କୋଭିଡ୍‌ରେ କାର୍ଯ୍ୟରତ କନଷ୍ଟେବଳଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କର କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ କନେଷ୍ଟବଳଙ୍କ ନା ବାଲି କହଁର। ସେ ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ଗମ୍ଭାରୀପଡାରେ।
ଗତ ମାସ ୨୦ ତାରିଖରେ କୋଭିଡ ପଜିଟିଭ ଜଣା ପଡିବା ପରେ ସେ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମର ଶରୀର ପହଂଚିବା ପରେ ବାଲିଗୁଡା ଥାନା ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।  କନ୍ଧମାଳ ଏସପି ବିନୀତ ଅଗ୍ରଓ୍ୱାଲ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

You might also like