କାଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଜଗା ସୁସ୍ଥ ହୋଇ ବୁଲାବୁଲି କରୁଛି
ଭୁବନେଶ୍ୱର: ଦିଲ୍ଲୀ ଏମ୍ସ୍ରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଉଭୟ ଦିଲ୍ଲୀ ଏମ୍ସ୍ରେ ଚିକିତ୍ସିତ ହେଉଛନ୍ତି। କାଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଜଗା ସୁସ୍ଥ ହୋଇ ବୁଲାବୁଲି କରୁଛି।
କାଳିଆକୁ ପୂର୍ବରୁ ନଳିରେ ତରଳ ଖାଦ୍ୟ ଦିଆଯାଉଥିବା ବେଳେ ବର୍ତ୍ତମାନ ନଳିକୁ କାଢ଼ି ଦିଆଯାଇଛି। ଏଥିସହ ସେ ତରଳ ଖାଦ୍ୟ ମଧ୍ୟ ଖାଇ ପାରୁଛି।
ଏ ନେଇ ଦିଲ୍ଲୀ ଏମ୍ସ୍ ପକ୍ଷରୁ କାଳିଆର ଏକ ନୂଆ ଫଟୋ ଜାରି କରାଯାଇଛି। ଫଟୋରେ କାଳିଆ ନିଜ ମା’ କୋଳରେ ବସିଛି। ସେପଟେ ଜଗା ସୁସ୍ଥ ହୋଇ ବୁଲାବୁଲି କରୁଛି।