ଅଭିନବ ପ୍ରତିବାଦ: ‘ସୋନୁ ସଙ୍ଗ୍‌’ରେ ବିଏମ୍‌ସିକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ, ଆଉ କେଉଁଠି ଘର ଭିତରେ ଅଣ୍ଟାଏ ପାଣି। ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ଚେହେରା ବର୍ତ୍ତମାନ ସରକାର ଓ ପ୍ରଶାସନର ପାରିବାପଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ସମସ୍ତ ସମସ୍ୟାକୁ ନେଇ ଅଭିନବ ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ଏକ ନିଆରା ସୋନୁ ସଙ୍ଗ ମାଧ୍ୟମରେ ସରକାରଙ୍କୁ ଚେତାଇବାକୁ ଉଦ୍ୟମ କରିଛି କଂଗ୍ରେସ। ଗୀତ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି ଉପାୟ ଅବଲମ୍ବନ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି।

କିଛିଦିନ ତଳେ ବି ଅଭିନବ ପ୍ରତିବାଦ କରିଥିଲା ଭୁବନେଶ୍ୱର ଜିଲା କଂଗ୍ରେସ। ଇସ୍କନ୍‌ ମନ୍ଦିର ସାମ୍ନାରେ ପାଣି ସମସ୍ୟା ପ୍ରତିବାଦରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ପାଣି ମାଡ଼ କରିଥିଲା। ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ମଧ୍ୟ ରାଜଧାନୀରେ ଏଭଳି ସମସ୍ୟା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଗୀତର ଗାୟିକା ମଧ୍ୟ ସମସ୍ୟାର ସମାଧାନ କରାଯିବା ପାଇଁ ଜୋର ଦେଇଛନ୍ତି।

ଏପଟେ ସାଧାରଣ ଲୋକେ ମଧ୍ୟ ବିଭିନ୍ନ ସମୟରେ ରାଜଧାନୀର ସମସ୍ୟା ନେଇ ସୋସିଆଲ ମିଡିଆରେ ଭିଡିଓ ଛାଡିଛନ୍ତି। ସେପଟେ ଗୀତ ମାଧ୍ୟମରେ କଂଗ୍ରେସର ଏଭଳି ଅଭିଯୋଗ ନେଇ ବିଏମସି ମେୟର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

You might also like