ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଅଭିଯୋଗ

କଣ୍ଟାବାଞ୍ଜି(ସୁର ଦାସ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନିର୍ବାଚନୀ ହିଂସା ଦେଖା ଦେଇଛି। ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମୁରିବାହାଲ ଥାନା ଅନ୍ତର୍ଗତ ପାତଲପଡ଼ା ଗାଁରେ ନିର୍ବାଚନ ପ୍ରଚାର ବେଳେ କିଛି ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ବିଜେଡି ନେତାଙ୍କ ପକ୍ଷରୁ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।

କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି ବୋଲି ନାରା ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁରିବାହାଲ ଥାନା ଆଗରେ ବିଜେଡି କର୍ମୀ ଧାରଣାରେ ବସିଥିଲେ। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

You might also like