‘ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ’

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍‌ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ହାତ ଟେକି ଦେଇଛନ୍ତି।

ସେ କହିଛନ୍ତି, ‘ ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ। କାହିଁକି ବଡ଼ ବଡ଼ କଥା କହିବା।’

ସେ କହିଛନ୍ତି, ‘ବିଜେପୁରରେ ବିଜେଡି ଯେତିକି ପତାକା ଲଗାଇଛି, ଆମ ୭ ଜନ୍ମରେ କଂଗ୍ରେସ ବାଲା ଏମିତି ପତାକା ଦେଖି ପାରିବୁନି। ଯେତିକି ବି ପୋଷ୍ଟର ମାରିଛନ୍ତି, ଆମେ ୨୦ ଜନ୍ମରେ ଆମେ ମାରି ପାରିବୁନି। ଏତେ ପଇସା କିଏ କେଉଁଠି ଆଣିବ। ପଇସା ସବୁ ମୋଦି ଓ ନବୀନଙ୍କ ପାଖରେ ଅଛି। ଆମେ ତ ଶୁଖିଲା। ଏଭଳି ସ୍ଥିତିରେ ମୋତେ କାହିଁ ଜିତିଲା ଭଳି ଲାଗୁ ନାହିଁ। କଂଗ୍ରେସ ପାଖରେ ବିଲ୍‌କୁଲ୍‌ ପଇସା ନାହିଁ। ଆମେ ଭୋଟ୍‌ କ’ଣ ପାଇବୁ ?’

କଂଗ୍ରେସ ପକ୍ଷରୁ  ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରଯାଇଛି।

 

You might also like