୧୫ରେ ଓଡ଼ିଶା ବନ୍ଦର ଚେତାବନୀ ଦେଲା କଂଗ୍ରେସ

ଭୁବନେଶ୍ୱର: ଦିନକୁ ପେଟ୍ରୋଲ ଦରରେ ଅହେତୁକ ବୃଦ୍ଧି ଘଟିଛି। ପେଟ୍ରୋଲ ଦର କମାଇବାକୁ ଦାବି କରିଛି କଗ୍ରେସ। ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୨୦ ବର୍ଷ ହେଲା ବିଜେଡି କିଛି କରିନି, କେବଳ ମଦ ଦୋକାନ ଖୋଲିଛି। ଗଞ୍ଜାମରେ ଯାହା କିଛି ହୋଇଛି, କଂଗ୍ରେସ ହିଁ କରିଛି। ଏହାସହ ପେଟ୍ରୋଲ ଦର କମାଇବାକୁ ସେ ଦାବି କରିଛନ୍ତି। ପେଟ୍ରୋଲ୍ ଦର ଅତି କମ୍‌ରେ ୧୦ ଟଙ୍କା କମାଇବାକୁ ସେ ଦାବି କରିଛନ୍ତି। ଦର ନକମିଲେ ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ନିରଞ୍ଜନ ଚେତାବନୀ ଦେଇଛନ୍ତି। ଏହାସହ ବିଜେଡିକୁ ବିଚିତ୍ର ଜନତା ଦଳ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ‘ଆମ ମୁଖ୍ୟମନ୍ତ୍ରୀ ସର୍ଭେରେ ୧ ନମ୍ବର ହେଉଛନ୍ତି, କିନ୍ତୁ ବାସ୍ତବିକ ସବୁ ‍କ୍ଷେତ୍ରରେ ପଛରେ ତଳେ ଅଛନ୍ତି। ଏ ସହରକାର ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର।’

ରାଜ୍ୟରେ ପେଟ୍ରୋଲ ଓଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ଟିକସକୁ ଲୁଟୁଛନ୍ତି। ତେଲ ଦର ନ କମାଇଲେ ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଉ ବୋଲି ପିସିସି ସଭାପତି ଓ ଏଆସିସି ସମ୍ପାଦକଙ୍କ ନିକଟରେ ପ୍ରସ୍ତାବ ରଖିଥିଲି। ଏହାସହ ଅଖଚକ ବନ୍ଦ ହେଉ ବୋଲି ପ୍ରସ୍ତାବ ରଖିଥିଲି। 
-ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

ଆଜି କେଉଁଠି କେତେ ରହିଛି ପେଟ୍ରୋଲ ଦର?

ଦେଶର ମେଟ୍ରୋ ସିଟି ମାନଙ୍କରେ ପେଟ୍ରୋଲ ଦର ୮୬ ଟଙ୍କା  ଚେନ୍ନାଇରେ ପେଟ୍ରୋଲ ଦର ୮୮.୮୨ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ୮୬.୩୦ ଟଙ୍କା, କୋଲକାତାରେ ୮୭.୬୯ ଟଙ୍କା, ମୁମ୍ବାଇରେ ୯୨.୮୬ ଟଙ୍କା ରହିଛି। ସେହିପରି ଅନ୍ୟ ସହର ତଥା ଭୁବନେଶ୍ୱର ପେଟ୍ରୋଲ ଦର ୮୬ ଟଙ୍କା ୯୮ ପଇସା ରହିଛି। ଗତ କିଛି ଦିନ ଧରି ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ତୈଳ ଦଳରେ ଅହେତୁକ ବୃଦ୍ଧି ଗ୍ରାହକଙ୍କୁ ଅସନ୍ତୋଷ ପ୍ରକାଶ ପାଇଛି।

ଏହା ପୂର୍ବରୁ ଜାନୁଆରୀ ୧୩ରେ ରେକର୍ଡ ସ୍ତରରେ ପହଞ୍ଚିଥିଲା ପେଟ୍ରୋଲ ଓ ଡିଜେଲ ଦର। ଜାନୁଆରୀ ୬ ଓ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି ୨ ଦିନରେ ପେଟ୍ରୋଲ ଲିଟର ପିଛା ୪୯ ପଇସା ବଢ଼ି ଥିବାବେଳେ ଡିଜେଲ ଲିଟର ପିଛା ୫୧ ପଇସା ବୃଦ୍ଧି ପାଇଥିଲା। ତେବେ ଡିସେମ୍ବର ୬ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ଥିଲା।

You might also like