ଅସ୍ତିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ

ଭୁବନେଶ୍ୱର : ଅସ୍ଥିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ। ନବଙ୍କ ଭଳି ଆଉ କେହି ଝଟ୍‌କା ଦେବା ପୂର୍ବରୁ ସତର୍କ ହୋଇଛି ଦଳ। ୧୬ରେ ପୁରୁଖା ବିଧାୟକ ନବ ଦାସଙ୍କ ଇସ୍ତଫା ଓ ବହିଷ୍କାର । ୧୭ରେ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ। ୧୮ରେ କଂଗ୍ରେସ ଓ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା। କେବଳ ଏହି ଦୁଇ ଜଣ ନୁହନ୍ତି, ଦଳ ଡିଆଁ ତାଲିକାରେ ଆହୁରି ଅନେକ ନେତାଙ୍କ ନାଁ ଥିବା ଚର୍ଚ୍ଚା ହେଉଛି।

କହିବାକୁ ଗଲେ ଅସ୍ଥିତ୍ୱ ବଜାୟ ରଖିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି। ସେପଟେ ସସ୍‌ପେଣ୍ଡ ହେବା ପରେ ଯୋଗେଶ ନିଜେ ଦଳ ଓ ବିଧାୟକ ପଦରୁ ଓହରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ଓ ରାହୁଲଙ୍କ ସଭାରେ ଯୋଗନଦେବା ନେଇ ତାଙ୍କ ମନ୍ତବ୍ୟ କିଭଳି ଦଳ ବିରୋଧୀ ହେଲା ବୋଲି ଯୋଗେଶ ନିଜ ଇସ୍ତଫା ପତ୍ରରେ ପ୍ରଶ୍ନ କରିବା ସହ ପିସିସି ମୁଖିଆଙ୍କ କୋର୍ଟକୁ ବଲ୍ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି।

ତେବେ ଯେଉଁମାନେ ବିଶୃଙ୍ଖଳ କରୁଛନ୍ତି ଓ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେଇଛନ୍ତି। ପୁରୁଖା ନେତା କାହ୍ନୁଚରଣ ଲେଙ୍କା କାର୍ଯ୍ୟାନୁଷ୍ଠାନ ନେବାରେ ନିରଞ୍ଜନ କାହିଁକି ଦୁର୍ବଳ ବୋଲି ସେ ପଚାରିଛନ୍ତି।

ନିର୍ବାଚନ ମୁଣ୍ଡ ଉପରେ ପହଞ୍ଚିଥିବା ବେଳେ ଦଳ ଏକ୍‌ଜୁଟ ହେବ କଣ ଛିଡ଼ି ଛିଡ଼ି ଯାଉଛି। ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଖୋଲାଖୋଳି ନିରଞ୍ଜନକୁ ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଆଚରଣ ପରିବର୍ତ୍ତନ ନକଲେ ତାଙ୍କୁ ଟିକଟ ମିଳିବନି ବୋଲି କେବଳ ନିରଞ୍ଜନ ଚେତାବନୀ ଶୁଣାଇଛନ୍ତି।

ସେହିପରି ଆବଶ୍ୟକ ହେଲେ ଦଳର ସାଂଗଠନିକ ପୁର୍ନଗଠନ କରାଯିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି।

୨୫ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ହେଲେ ଏବେ ଦଳର ଅବସ୍ଥା ଯାହା ରାହୁଲଙ୍କ ଗସ୍ତ କେତେ ଫଳପ୍ରଦ ହେବ ତାକୁ ନେଇ ଉଠିଛି ପ୍ରଶ୍ନ।

You might also like