• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଦୀର୍ଘଦିନର ନିରବତା ପରେ ପୁଣିଥରେ କଂଗ୍ରେସ ନିଜର ସାଂଗଠନିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ  ନେତାମାନେ ଏକଜୁଟ ହୋଇ ସଂଗଠନକୁ ସଜାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିର ସମସ୍ତ କମିଟି ଓ ସଂଗଠନକୁ ଭାଙ୍ଗି ଦିଆଯାଇଥିବାରୁ ଏଗୁଡ଼ିକୁ ପୁନର୍ଗଠନ କରିବା ପାଇଁ ସହମତି ହୋଇଛି। ତା’ଛଡ଼ା ସଦସ୍ୟ ସଂଗ୍ରହ ଅଭିଯାନ ଓ ମହାତ୍ମା ଗାନ୍ଧି ଜୟନ୍ତୀ ପାଇଁ ରାଜ୍ୟବ୍ୟାପୀ ପଦଯାତ୍ରା ନିମନ୍ତେ ସ୍ଥିର ହୋଇଛି।

ଆଜି କଂଗ୍ରେସ ଭବନରେ ଏଆଇସିସି ପ୍ରତିନିଧିଙ୍କ ଉପସ୍ଥିତିରେ ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମାରାଥନ ବୈଠକ ଚାଲିଥିଲା। ବୈଠକରେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ସମେତ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାମାନେ ଯୋଗ ଦେଇଥିଲେ। ବୈଠକ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପିସିସିର ସମସ୍ତ କମିଟି ଖୁବଶୀଘ୍ର ପୁନର୍ଗଠନ କରାଯିବ। ଯେଉଁମାନେ ଗତ ନିର୍ବାଚନରେ ବରିଷ୍ଠ ସହ ଦଳ ପାଇଁ କାର୍ଯ୍ୟ କରିଥିଲେ ଓ ସେମାନଙ୍କର ଦକ୍ଷତାକୁ ବିଚାରକୁ ନେଇ ଦାୟିତ୍ୱ ନ୍ୟସ୍ତ କରାଯିବ।

କମିଟିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ। ବରିଷ୍ଠ ନେତାମାନେ ବି କମିଟିରେ ରହିବେ। ଆଉ ଜୋନ୍ କମିଟି ଗଠନ କରାନଯାଇ ଏଣିକି ବ୍ଲକ କମିଟି ମାଧ୍ୟମରେ ସଂଗଠନକୁ ପରିଚାଳନା କରାଯିବ। କଂଗ୍ରେସକୁ ପୁଣିଥରେ ସୁସଂଗଠିତ କରିବା ପାଇଁ ଯାହା ଆବଶ୍ୟକ ପଡ଼ିବ ସେଭଳି ପଦକ୍ଷେପ ନିଆଯାଉଛି। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଅକ୍ଟୋବର ୨ତାରିଖରେ ରାଜ୍ୟସ୍ତରରେ ପଦଯାତ୍ରା ଓ ସଭା ଏବଂ ୯ ତାରିଖରେ ଜିଲ୍ଲାସ୍ତରରେ ପଦଯାତ୍ରା ଓ ସଭା କରାଯିବ। ୧୪ତାରିଖରେ ନିର୍ବାଚନମଣ୍ଡଳୀ ସ୍ତରରେ ପଦଯାତ୍ରା ଓ ସଭା କରିବା ପାଇଁ କାର୍ଯ୍ୟକ୍ରମ ରହିଛି। ଚଳିତମାସ ରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଉଛି।

https://youtu.be/0joMnf1vax8

Congress-to-initiate-massive-organisational-overhaul
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories