ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ୍‌

ଭୁବନେଶ୍ୱର : ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ୨-୩ ଦିନ ଭିତରେ ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ କିଣାଯାଉ। ବନ୍ଦ କରାଯାଉ କଟ୍‌ନୀ ଛଟ୍‌ନୀ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ତାରା।

ସରକାରୀ କର୍ମଚାରୀ-ମନ୍ତ୍ରୀ-ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି। ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମିଲର୍‌ଙ୍କ ପାଇଁ ନା ଚାଷୀଙ୍କ ପାଇଁ ପ୍ରଶ୍ନ କରିଛନ୍ତି ତାରା।

You might also like