ଅଡିଓ ଭାଇରାଲ ପ୍ରସଙ୍ଗ: ଗିରଫ ଲକ୍ଷ୍ମୀକାନ୍ତଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର: ଅଡିଓ ଭାଇରାଲ ନେଇ ଭୁବନେଶ୍ୱରରେ ୨ ଜଣଙ୍କୁ ଗିରଫ ପ୍ରସଙ୍ଗରେ ଗିରଫ ଲକ୍ଷ୍ମୀକାନ୍ତ ବେହେରାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ନେତା। ସୁଦର୍ଶନ ଦାସଙ୍କ ନେତୃତ୍ୱରେ କଂଗ୍ରେସର ୪ ଜଣିଆ ଟିମ୍ ପରିବାରବର୍ଗଙ୍କୁ ଭେଟିବା ସହ ଗିରଫଦାରୀକୁ ନିନ୍ଦା କରିଛନ୍ତି ସୁଦର୍ଶନ ଦାସ।

ଲକ୍ଷ୍ମୀକାନ୍ତଙ୍କ ପରିବାର ଲୋକେ ଆତଙ୍କିତ ଓ ମ୍ରିୟମାଣ ଅବସ୍ଥାରେ ଅଛନ୍ତି। ଲକ୍ଷ୍ମୀକାନ୍ତଙ୍କୁ ଆଇନ ସହାୟତା ଯୋଗାଇଦେବାର ସୂଚନା ଦେଲେ ସୁଦର୍ଶନ। ଆଇନ ସହାୟତା ଲାଗି ପିସିସି ସଭାପତିଙ୍କ ସହ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସେପଟେ ଭାଇରାଲ ଅଡିଓ ମାମଲାରେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେଇଛି କ୍ୟାପିଟାଲ ଥାନା ପୋଲିସ। ଝାରପଡ଼ା ଜେଲ୍‌ରୁ ୨ ଜଣଙ୍କୁ ରିମାଣ୍ଡରେ ନେଇଛି ପୋଲିସ। କାଲି ଉଭୟଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଏସ୍‌ଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ। କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆର ଭାଇରାଲ୍ ହୋଇଥିବା ଅଡିଓ ମାମଲାରେ ଏହି ଦୁଇ ଜଣଙ୍କୁ ପୋଲିସ ଗତକାଲି ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

You might also like