‍‍୨୦୧୯ ପାଇଁ ଏବେଠୁ କଂଗ୍ରେସର କସରତ ଆରମ୍ଭ

ଭୁବନେଶ୍ୱର: ୨୦୧୯ ପାଇଁ କଂଗ୍ରେସର ଏବେଠୁ ଆରମ୍ଭ ହୋଇଗଲାଣି ପ୍ରାର୍ଥୀ ଖୋଜା। ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟରେ ୨୫ ଆଶାୟୀଙ୍କୁ ନେଇ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରାଯାଉଛି।

୨୦୧୪ରେ ୧୫ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ପ୍ରାର୍ଥୀ ଉପସ୍ଥିତ ଅଛନ୍ତି। ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାର୍ଥୀଙ୍କ ସହ ପୃଥକ୍‌ ଆଲୋଚନା କରାଯାଉଛି। ସେମାନଙ୍କ ସହିତ ଆଲୋଚନା କରାଯାଇ ଆସନ୍ତା ନିର୍ବାଚନରେ ସେମାନଙ୍କ ପ୍ରାର୍ଥିତ୍ୱ ସଂପର୍କରେ ବିଚାର କରାଯିବ। ଯାହାର ଲୋକପ୍ରିୟତା ଅଛି, ଯେଉଁମାନେ ଏବେ ବି ଲୋକଙ୍କ ପାଖରେ ଗ୍ରହଣୀୟ ହୋଇ ରହିଛନ୍ତି, ସେମାନଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ଅଛି।

ଯାହା ସୂଚନା ରହିଛି, ଆସନ୍ତା ଦିନେ ଦୁଇ ଦିନ ଭିତରେ ପ୍ରାୟ ୫୦ ଜଣ ପ୍ରାର୍ଥୀଙ୍କ ତାଲିକା ଏଆଇସିସିର ସ୍କ୍ରିନିଂ କମିଟିକୁ ପଠାଯିବ। ଅଗଷ୍ଟ ଶେଷ ସୁଦ୍ଧା ଏଆଇସିସି ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାର ସମ୍ଭାବନା ଅଛି।

You might also like