ବିଜେଡିର ପାଣ୍ଠି ଯୋଗାଡ଼କୁ ସମାଲୋଚନା କଲା କଂଗ୍ରେସ

ଶ୍ରୀକାନ୍ତ କହିଲେ, କଳା ଟଙ୍କାକୁ ଧଳା କରିବାର ନବୀନଙ୍କ ପ୍ରୟାସ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ସାଂସଦ ଓ ବିଧାୟକଙ୍କୁ ମାସକର ଦରମା ଦଳୀୟ ପାଣ୍ଠିକୁ ଦେବା ପାଇଁ ଅନୁରୋଧ କରାଯିବା ଘଟଣାକୁ ନେଇ ରାଜନୀତି। ଏହା ବିଜେଡିର ଏକ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତା’ସହ ସେ କହିଛନ୍ତି, ବିଜେଡି ପାଖକୁ ଯେଉଁ ଟଙ୍କା ଆସିବା କଥା, ଆସି ସାରିଲାଣି।

ସେହିପରି ବିଜେଡି ଭଳି କାର୍ଯ୍ୟକ୍ରମ କଂଗ୍ରେସ କରିପାରିବ ନାହିଁ। ତେଣୁ କଂଗ୍ରେସ ମଧ୍ୟ ବୁଥ୍‌ରୁ ଲୋକଙ୍କଠାରୁ ଟଙ୍କା ମାଗିବ ବୋଲି ନିରଞ୍ଜନ କହିଛନ୍ତି। ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ବିଜେଡି ସଂଗ୍ରହ କରିଥିବା କଳା ଟଙ୍କାକୁ ଧଳା କରିବା ପାଇଁ ଏହା ନବୀନଙ୍କର ପ୍ରୟାସ। ସେହିପରି ବିଜେପି କହିଛି, ଏହା ବିଜେଡିର ଡ୍ରାମା।

You might also like