କଂଗ୍ରେସର ପ୍ରାର୍ଥୀ ଚୟନ କସରତ

କଂଗ୍ରେସ ଭବନରେ ପ୍ରଦେଶ ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର କସରତ । ରାଜ୍ୟ କଂଗ୍ରେସ ଭବନରେ ଅାରମ୍ଭ ହୋଇଛି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ। ଏଅାଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ, ସ୍କ୍ରିନିଂ କମିଟି ଅଧ୍ୟକ୍ଷ  ଓ ପ୍ରଦେଶ ଇଲେକ୍ସନ୍ କମିଟି ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି।

ପ୍ରାୟ ୫୦ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ନେଇ ବୈଠକରେ ଅାଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ଗତକାଲି ଠାରୁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ସ୍କ୍ରିନିଂ କମିଟି ସଦସ୍ୟ ଅାଲୋଚନା କରୁଛନ୍ତି।

ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଏଅାଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ କମିଟି, ସିଇସିକୁ ପଠାଯିବ।  ସିଇସିର ତର୍ଜମା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ଏଅାଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟରେ ଉପସ୍ଥାପନ କରାଯିବ।

ସେପଟେ ପିସିସି ସାଧାରଣ ସଂପାଦକ ପଦ ଛାଡ଼ିଲେ ସଗରିଅା । କଂଗ୍ରେସରୁ ଇସ୍ତଫା ଦେଉନଥିବା ସ୍ପଷ୍ଟ କରିଛନ୍ତି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଅା ।

You might also like