ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କ୍ଷମା ପ୍ରାର୍ଥନା ପ୍ରାୟୋଜିତ: କଂଗ୍ରେସ

ମନ୍ତ୍ରୀ ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ଜାରି ରଖିବାକୁ କଂଗ୍ରେସର ଚେତାବନୀ

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଘଟଣାରେ ବିବାଦୀୟ ମନ୍ତବ୍ୟ ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କ୍ଷମା ପ୍ରାର୍ଥନାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ।

ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପ୍ରାୟୋଜିତ ବୋଲି କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଇସ୍ତଫା ନଦେବା ଯାଏ ମହିଳା କଂଗ୍ରେସର ଆନ୍ଦୋଳନର ଜାରି ରହିବ। ରାଜରାସ୍ତାକୁ ଓହ୍ଲାଇବା ସହ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଥରେ ମଧ୍ୟ ପିପିଲି ଗଣଦୁଷ୍କର୍ମ ମାମଲାରେ ନିଜ ମନ୍ତବ୍ୟ ପାଇଁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କ୍ଷମା ମାଗିଥିଲେ।

You might also like