ସୁବ୍ରମଣ୍ୟନ ସ୍ୱାମୀଙ୍କ ଗିରଫ ଦାବିରେ ଏତଲା ଦାୟର ଓ କୁଶ ପୁତ୍ତଳିକା ଦାହ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋକେନ୍ ସେବନ କରୁଥିବା ନେଇ ବିଜେପି ସାଂସଦ ଡକ୍ଟର ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଛି। ଗତ ୫ ତାରିଖର ଏହି ମନ୍ତବ୍ୟକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ପକ୍ଷରୁ ପ୍ରତିବାଦ କରାଯିବା ସହ ତାଙ୍କୁ ଗିରଫ କରିବା ଦାବି କରାଯାଇଛି। ଏତଦ୍ ବ୍ୟତୀତ ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ସହ ଅଧ୍ୟକ୍ଷ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି।

ପିସିସି ଅନୁସୂଚିତ ଜାତି ବିଭାଗର ସହ ଅଧ୍ୟକ୍ଷ ବାଙ୍କନିଧି ବେହେରା କହିଛନ୍ତି, “ଶ୍ରୀଯୁକ୍ତ ସ୍ୱାମୀ ଜଣେ ଆଇନଜୀବୀ ଓ ସଚେତନ ନାଗରିକ ହିସାବରେ ଜଣେ ଜାତୀୟ ଦଳର ସର୍ବୋଚ୍ଚ ନେତାଙ୍କୁ ବଦନାମ କରିବାପାଇଁ ଯେଉଁ ଚେଷ୍ଟା ଜାରି ରଖିଛନ୍ତି ତାହା ବିଜେପିର ହୀନ ରାଜନୀତି ଛଡ଼ା ଆଉ କିଛି ନୁହେଁ।”

ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟର ପ୍ରତିବାଦରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଶ୍ରୀ ସ୍ୱାମୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ଅଧ୍ୟକ୍ଷ ଜାନକୀ ମଲ୍ଲିକ, ସର୍ବେଶ୍ୱର ସେଠୀ, ଦେବେନ୍ଦ୍ର ଦାସ, ମୁନି ଥାପା, ରସାନନ୍ଦ ନାୟକ, ବାପି ନାୟକ, ଜ୍ୟୋତିଷ ସାହୁ, ଚିନ୍ମୟ ସୁନ୍ଦର ଦାସ, ତରୁଣକାନ୍ତ ମିଶ୍ର, ଲିଙ୍ଗରାଜ ସାହୁ, ଶୈଳେନ୍ଦ୍ର ମଜୁମଦାର, ନରେଶ ମହାନ୍ତି, ରଜନୀ ମହାନ୍ତି, ଦୀପକ ମହାପାତ୍ର, ରାଜକିଶୋର ବାରିକ, ଜୟକୃଷ୍ଣ ସୁବୁଦ୍ଧି, ଆତ୍ମାରାମ ପତି, ନିହାର ରଞ୍ଜନ ବଳ, ବୈଲୋଚନ ସାହୁ, ଦିଲୀପ ସ୍ୱାଇଁ, ନିହାର ରଞ୍ଜନ ମହାପାତ୍ର, ପବିତ୍ର ରଞ୍ଜନ ସେନାପତି, ତାରାକାନ୍ତ ବାରିକ, ନରେଶ ପାତ୍ର, କୁଳମଣି ସାହୁ ପ୍ରମୁଖ ଏହି ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ

ପାଟକୁରା ନିର୍ବାଚନ ଫଳାଫଳ: ୧୨ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ବାହୁଡ଼ା ପରେ ଆଜି ହେବ ମହାପ୍ରଭୁଙ୍କର ପ୍ରଥମ ବନକଲାଗି

ପାଟକୁରା ନିର୍ବାଚନ ଫଳାଫଳ: ୧୦ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୫ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କଟକରେ ଫୁଟିଲା ବୋମା

୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍‌ ମର୍ଡର

ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

କୋଇଲା ଖଣିରେ ଅଘଟଣ: ମାଟି ଧସି ୧୦ ଶ୍ରମିକ ଆହତ

ଛୁଟିରେ ଗଲେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ

ମହିଳାଙ୍କ ପ୍ରତି ହିଂସା ପ୍ରତିବାଦରେ ବୁଧବାର କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

You might also like