ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

ଘସିପୁରାରେ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ନହଙ୍ଗୀରେ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା। ଏହି ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଶତାଧିକ କଂଗ୍ରେସ କର୍ମୀ ଶୈଲଙ୍ଗ ଛକରୁ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗତକାଲି ସଂଧ୍ୟାରେ ପ୍ରଚାର ସାରି ଫେରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

 

You might also like