• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନଏଚରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି।

ତେବେ ବନ୍ଦ ପାଇଁ  ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ବନ୍ଦ ପାଳନ ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ପିସିସି ସଭାପତି ଆହ୍ୱା‌ନ ଦେଇଛନ୍ତି। ବାଲେଶ୍ୱର, ବ୍ରହ୍ମପୁର, କଟକ ସମେତ କିଛି ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବସ୍ ବନ୍ଦ ରହିଛି, ଗାଡ଼ି ଚଳାଚଳ ବି ବନ୍ଦ ରହିଛିା ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ବନ୍ଦ ପାଳନ କରୁଛି। କଂଗ୍ରେସ ମାହାଙ୍ଗା ହତ୍ୟାକାଣ୍ଡ, କୋଟିଆରେ ଆନ୍ଧ୍ରର ନିର୍ବାଚନ ଓ ମହାନଦୀ ପ୍ରସଙ୍ଗରେ ବି ବନ୍ଦ ପାଳନ କରାଯାଉଛି।

ବନ୍ଦରୁ ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତ୍ୟାବଶ୍ୟକ ସେବାରେ ଥିବା ଗାଡ଼ିକୁ ବାଦ୍ ଦିଆଯାଇଛି ସେହିଭଳି ବିବାହ ପାଇଁ ଯାଉଥିବା ବରଯାତ୍ରୀ ଗାଡ଼ିକୁ ବି ବନ୍ଦରୁ ବାଦ୍ ଦିଆଯାଇଛି। ସେପଟେ ରାଜ୍ୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ  ନିୟୋଜିତ କରାଯାଇଛି। କେବଳ କଟକ-ଭୁବନେଶ୍ୱର କମିସନରେଟ୍‌ ପୁଲିସରେ ୩୭ ପ୍ଲାଟୁନ୍‌ ଏବ˚ ପୁରୀରେ ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ସମସ୍ତ ସ୍କୁଲ୍‌, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।  ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟି ‌ କରି ସୂଚନା ଦିଆଯାଇଛି। ଅନ୍ୟପଟେ କଂଗ୍ରେସର ବନ୍ଦ ଡାକରା ପାଇଁ ବସ୍‌, ଟ୍ରେନ୍ ଚଳାଚଳ ପ୍ରଭାବିତ ହେବାକୁ ଥିଲେ ହେଁ ବିମାନ ସେବା ପ୍ରଭାବିତ ହେବନି। ସବୁ ବିମାନ ଧାର୍ଯ୍ୟ ସମୟରେ ଆସିବ ଏବଂ ଯିବ ବୋଲି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Congress-observes-state-wide-bandh-protesting-fuel-price-hike
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories