ଅଜିତ୍‌ଙ୍କ ମୃତ୍ୟୁ ପରେ ଭୋ ଭୋ ହୋଇ କାନ୍ଦିଲେ ସୁର…

କାନ୍ଦିଲେ ସୁର

  • ଭୋ ଭୋ କାନ୍ଦିଲେ ସୁର
  • କହିଲେ, ଅଜିତ୍‌ କହିଥିଲା ମୁଁ ତାର ଷ୍ଟାର୍‌ କ୍ୟାମ୍ପେନର
  • ଆଜି ପ୍ରତିଜ୍ଞା କରୁଛି, ତା’ ପରିବାରକୁ ସବୁ ପ୍ରକାର ସାହାଯ୍ୟ କରିବି

ଭୁବନେଶ୍ୱର: ଅଜିତ୍‌ ମଙ୍ଗରାଜଙ୍କ ପରଲୋକରେ ପରିବାର ଲୋକଙ୍କଠାରୁ ଆରମ୍ଭ କରି ରାଜନେତା। ଅଜିତ୍‌ଙ୍କ ମୃତ୍ୟୁ ଖବର ପାଇବା ପରେ ଆପୋଲ ହସ୍‌ପିଟାଲ ପରିସରରେ ପ୍ରିୟଜନଙ୍କ ସହ ଅନେକ ଛାମୁଆ ନେତା ପହଞ୍ଚିଥିଲେ। ନିର୍ବାଚନର ଠିକ୍‌ ୩ ଦିନ ପୂର୍ବରୁ ଅଜିତ୍‌ଙ୍କ ପରଲୋକକୁ ସହଜରେ କେହି ଗ୍ରହଣ କରିପାରିନଥିଲେ। ତେବେ ମେଡିକାଲରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ମଧ୍ୟ ପହଞ୍ଚିଥିଲେ। ଅଜିତ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ସୁର। ଅଧୈର୍ଯ୍ୟ ହୋଇ ପଡିଥିଲେ ସୁର।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲା ବେଳେ ଭୋ ଭୋ କାନ୍ଦିବାକୁ ଲାଗିଥିଲେ। କହିଥିଲେ, ସେ ମୋର ସାନ ଭାଇ ଥିଲା। ଭଲ ଲୋକ ସହ ଗୋଟିଏ ସରଳ ଲୋକ ଥିଲା ଅଜିତ୍‌। ଆମେ ଆଜି ଆମର ସାନ ଭାଇକୁ ହରାଇଛୁ। ଏ ଖବର ଶୁଣିବା ପରେ ଆମେ ମର୍ମାହତ ବୋଲି କହିଲେ ସୁର। ତେବେ ନିର୍ବାଚନ ପ୍ରଚାର ବେଳେ ଗଣମାଧ୍ୟମ ତାକୁ ପଚାରିଥିଲେ ବିଜେଡି ଓ ବିଜେପିର ଏତେ ନେତା ଆସି ପ୍ରଚାର କରୁଛନ୍ତି। କିନ୍ତୁ ତୁମର କିଏ? ଏହାର ଉତ୍ତରରେ ସେ ସାଙ୍ଗେ ସାଙ୍ଗେ ମୋ ଆଗରେ କହିଥିଲା ସୁର ଭାଇ ସଫିସେଂଟ୍‌। ସେ କରୋନାରେ ଆକ୍ରାନ୍ତ ହେବା ପରେ ମୁଁ ପ୍ରଚାର ମଧ୍ୟ କରିଛି ତାହା ପାଇଁ। କିନ୍ତୁ ଭଗବାନ ଆଜି ତାକୁ ତାଙ୍କ ପାଖକୁ ନେଇ ଗଲେ। ଆମର ଦୁର୍ଭାଗ୍ୟ ସେ ଆଜି ଆମ ଗହଣରେ ଆଜି ନାହିଁ। ତାହା ଆତ୍ମାର ସଦଗଦି ହେବା ସହ ଏ ଦୁଃଖ ସହିବାକୁ ଭଗବାନ ତାର ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ସୁର କହିଛନ୍ତି। ଆଉ ଆଜି ପ୍ରତିଜ୍ଞା କରୁଛି ତାହାର ଯାହା ଅସୁବିଧା ଥିବା ମୁଁ ବୁଝିବା ସହ ତାର ପରିବାରକୁ ସାହାଯ୍ୟ କରିବି ବୋଲି ସୁର କହିଛନ୍ତି।

ସେପଟେ, ପିପିଲିର କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ପରେ CEO ସୁଶୀଲ ଲୋହାନୀଙ୍କ ଓଟିଭିକୁ ଦେଲେ ସୂଚନା। କହିଲେ, ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦେହାନ୍ତ ସଂପର୍କରେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ରିପୋର୍ଟ ଦେବେ। ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ନିର୍ବାଚନ କମିଶନଙ୍କୁ ପଠାଯିବ। ପରେ ସାନି ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। କଂଗ୍ରେସ ଦଳକୁ ଆଉ ଏକ ପ୍ରାର୍ଥୀ ଦେବାକୁ ମିଳିବ ସୁଯୋଗ ବୋଲି କହିଲେ ସିଇଓ।

ଏହାସହ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି। ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଜିତ ମଙ୍ଗରାଜଙ୍କ ଅମର ଆତ୍ମାର ସଦଗତି କାମନା କଲେ ମୁଖ୍ୟମନ୍ତ୍ରୀ।

You might also like