• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ବିଧାୟକଙ୍କୁ କହିବାକୁ ଦିଆଗଲା ନାହିଁ, କିମ୍ବା ବିଧାୟକଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ ବୋଲି ସୁର କହିଛନ୍ତି। କେବଳ ପ୍ରଚାର ଓ ପ୍ରସାର ପାଇଁ ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା ବୋଲି କହି ସୁର ସରକାରଙ୍କୁ ସମାଲଚୋନା କରିଛନ୍ତି।

କେନ୍ଦ୍ର ସରକାରଙ୍କ ଅନଲକ୍‌-୩ ଘୋଷଣା ଉପରେ ବି ନିଜ ମତ ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଅନଲକ୍‌-୩ କ୍ରମେ ଓଡ଼ିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ। ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ କରିବାକୁ ଦିଆଯାଉ। କରୋନା ଗାଇଡ୍ ଲାଇନ୍ ଓ କଟକଣା ସହ ସମସ୍ତ କାର୍ଯ୍ୟ କରାଯାଉ ବୋଲି ସୁର କହିଛନ୍ତି। ତା ସହିତ ଜିମ୍ ଠାରୁ ଆରମ୍ଭ କରି ସବୁ ଅନୁଷ୍ଠାନଗୁଡ଼ିକୁ ରାଜ୍ୟରେ ବି ଖୋଲିବାକୁ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି।

ସୁର ଆହୁରି ମଧ୍ୟ କହିଛନ୍ତି ଯେ ଜୀବନ ସହ ଜୀବିକା ଆହୁରି ଗୁରୁତ୍ୱପୂର୍ଣ୍ଣ। ତେଣୁ ସରକାର ଲକ୍‌ଡାଉନ୍ ଓ ସଟ୍ ଡାଉନ ଆଉ କରନ୍ତୁ ନାହିଁ। ତେବେ ଏ ନେଇ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Congress-mla-sura-routray-reaction-on-unlock-3-and-cm-video-conferencing-topic
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories