କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଭିଡିଓ ଭାଇରାଲ

କଟକ: କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଚିତ୍ର। ଭିତରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିଛି।  ଏମିତି କି ବ୍ୟବହୃତ ପିପିଇ କିଟ୍ ମଧ୍ୟ ଏଣେତେଣେ ଫିଙ୍ଗାଯାଇଛି। ସର୍ବସାଧାରଣଙ୍କ ଯିବାଆସିବା ରାସ୍ତା ବା କରିଡରରେ ପଡ଼ି ରହିଛି ମୃତଦେହ। ରାଜ୍ୟର ସବୁଠୁ ବଡ଼ ମେଡିକାଲ SCBର ଏମିତି କିଛି ଭିଜୁଆଲ ନିଜେ ଟ୍ଵିଟ୍ କରିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ।

ଏହି ଭିଜୁଆଲ SCB ମେଡିକାଲର କରୋନା ଓ୍ୱାର୍ଡର। କେମିତି ଅବ୍ୟବସ୍ଥାରେ କରୋନା ରୋଗୀ ରହୁଛନ୍ତି ତାହାର ଭିଡିଓ ଉତ୍ତୋଳନ କରି ସେ ଟ୍ଵିଟ୍ କରିଛନ୍ତି।

ଏହାସହ ମାନସ କହିଛନ୍ତି, ରାଜ୍ୟରେ ଯେଉଁଠି ବି ଏଭଳି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିବ, କଂଗ୍ରେସ ଏହାର ଫଟୋ ଉଠାଇ ସର୍ବସାଧାରଣଙ୍କ ନଜରକୁ ଆଣିବ ଓ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ। ମାନସ ଚୌଧୁରୀଙ୍କ ଅଭିଯୋଗ ନେଇ SCB କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like