ପରୀ ହତ୍ୟା ପ୍ରସଙ୍ଗ: SIT ଗଠନକୁ କଂଗ୍ରେସର ଐତିହାସିକ ସଫଳତା ବୋଲି କହିଲେ ନରସିଂହ

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ SIT ଗଠନକୁ ଐତିହାସିକ ସଫଳତା ବୋଲି କହିଲେ ନରସିଂହ ମିଶ୍ର। ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିଥିଲେ ? ଆମ ଦାବିରେ ତାହା ହେଲା। କଂଗ୍ରେସର ଏହା ଐତିହାସିକ ସଫଳତା ବୋଲି ନରସିଂହ କହିଛନ୍ତି। ସିଏଲ୍‌ପି ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ବୋଲି ନରସିଂହ କହିଛନ୍ତି।

ଏହା ପୂର୍ବରୁ ପରୀ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ପ୍ରତିକ୍ରିୟା ଦେଇ ନରସିଂହଙ୍କ ନିଷ୍ପତ୍ତିରେ ଦଳ ଓହିରିଲା ବୋଲି କହିଥିଲେ। ସେ କହିଥିଲେ ଯେ ଆମେ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ ହେବା କଥା କହିଲେ। ନରସିଂହ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା। ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ ବୋଲି ସୁର କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପିସିସି ସଭାପତି କହିଥିଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବାକୁ ନରସିଂହ-ନିରଞ୍ଜନ କଥା ହୋଇଥିଲେ। ଆମକୁ ଓହରିଯିବାକୁ କହିଲେ। ତେଣୁ ଆମେ ଓହରିଗଲୁ ବୋଲି ସୁର କହିଛଛନ୍ତି। ତେବେ ଏସ୍ଆଇଟି ତଦନ୍ତରେ ମୁଁ ଖୁସି ନୁହେଁ ବୋଲି ସୁର କହିଛନ୍ତି।

ଏହା ପୂର୍ବରୁ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ମଧ୍ୟ ନିରବତାକୁ ନେଇ ନିଜ ମତ ରଖିଥିଲେ। ସିଏଲ୍‌ପି ନେତାଙ୍କ ନିଷ୍ପତ୍ତିକ୍ରମେ ଚୁପ ରହିଲୁ ବୋଲି କହିଥିଲେ ସାଲୁଜା। ତେବେ ସିଏଲ୍‌ପି ନେତାଙ୍କ ଏପରି ନିଷ୍ପତ୍ତିରେ ସେ ବି ସନ୍ତୁଷ୍ଟ ନଥିବା ସାଲୁଜା କହିଥିଲେ।

ଏହା ପୂର୍ବରୁ ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସର ନିରବତା ଉପରେ ପ୍ରଶ୍ନ ଉଠାଇଥିଲେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର।  ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସମ୍ବିତ ପାତ୍ର

 

You might also like