ସଂସଦରେ ବିଲ୍ ପାସ୍ ବେଳେ ବିଜେଡି ସାଜିଛି କାନ୍ଥର ବିଲେଇ

କେଉଁ ଆଡ଼କୁ ଯିବ ବିଜେଡି ତାହା ନିର୍ଦ୍ଧାରଣ କରିପାରୁନି

ଭୁବନେଶ୍ୱର :  ଚାଷୀ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ତାରା ବାହିନୀପତି । କହିଲେ,   କଂଗ୍ରେସ ଚାଷୀଙ୍କ ପାଖକୁ ଯାଇ ମଣ୍ଡିରେ ପହଞ୍ଚିବ ଓ ସଚେତନ କରିବ ବୋଲି କହିଲେ ତାହା । ଏହାସହ ସେ କହିଛନ୍ତି ଯେ,  କଂଗ୍ରେସ ଦଳ ସବୁବେଳେ ଚାଷୀଙ୍କ ସହ ରହିଛି ଓ ଆଗାମୀ ଦିନରେ ବି ରହିବ ।  ମଣ୍ଡିରେ କଟନି ଛଟନି ଚାଲିଛି, ସରକାର ତୁରନ୍ତ ତାହାକୁ ବନ୍ଦ କରନ୍ତୁ ।

ଏହାସହ  ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ତାରା । କହିଲେ, ସଂସଦରେ ବିଲ୍ ପାସ୍ ବେଳେ ବିଜେଡି କାନ୍ଥର ବିଲେଇ ସାଜିଛି । କେଉଁ ଆଡ଼କୁ ଯିବ ବିଜେଡି ତାହା ନିର୍ଦ୍ଧାରଣ କରିପାରୁନି ବୋଲି ତାହା କହିଛନ୍ତି । ସାରା ଦେଶରେ ଚାଷୀଙ୍କ ଆନ୍ଦୋଳନ ଜୋରସୋରରେ ଚାଲିଛି । ଗତ ୮ ତାରିଖରେ ଚାଷୀମାନେ ଭାରତ ବନ୍ଦ ମଧ୍ୟ କରିଥିଲେ ।

You might also like