ଗୋଟିଏ ମଞ୍ଚରେ ରବି-ତାରା

ଜୟପୁର: ଗୋଟିଏ ମଞ୍ଚରେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଛି।

ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ରବି ଓ ତାରାଙ୍କ ମଧ୍ୟରେ ଆସନ ଲାଗି ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ପରସ୍ପର ପ୍ରତି ଥିବା ଶତ୍ରୁତାକୁ ଭୁଲି ଉଭୟ କୋରାପୁଟର ବିକାଶ ଲାଗି ଉଭୟ ଅଣ୍ଟା ଭିଡ଼ିଛନ୍ତି।

ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାରା ଓ ରବି ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ଏହି ଭେଟ୍‌ଘାଟ କାର୍ଯ୍ୟକ୍ରମରେ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ତାରାଙ୍କ ଡାନ୍ସ ଦେଖିବାକୁ ମିଳିଥିଲା। ଯାହା ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା।

You might also like