• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସଲ ଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। ଏହି ଦରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ ଦଳ। ତେବେ ଏନେଇ ସରକାର ଓ ବିଏମସି ଉପରେ ପ୍ରବଳ ବର୍ଷିଛନ୍ତି ଜଟଣୀ ବିଧାୟକ ସୁର ରାଉତ। ସେ କହିଛନ୍ତି ଯେ, ଆଜି ବିଏମସି ଯେଉଁ ପରି ଭାବରେ ହୋଲ୍ଡିଂ ଟ୍ୟାକ୍ସ ୧୦ ଗୁଣ ବଢାଇଛି ତାହାକୁ ଆମେ ମାନେ ସଂପୂର୍ଣ୍ଣ ବିରୋଧ କରୁଛୁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଆଜି ଏକାଠି ହୋଇଛୁ। କରୋନାରେ ରୋଜଗାର ନାହିଁ, ଆଉ ଏହି ସମୟରେ ବୋଝ ଉପରେ ନଳିତା ବିଡ଼ା ପରି ବୋଝ ଲଦି ଦେଉଛନ୍ତି ସରକାର। ଏକାଥରକେ ୧୦ ଗୁଣା ଟିକସ ବଢାଇଛନ୍ତି। ୧୦ ବର୍ଷ ହେଲା ଏ ସଚିବ ବସିଛି, ସେ ହିଁ ଏଦି ଦର ବଢାଇଥିବା ସୁର ଅଭିଯୋଗ କରିଛନ୍ତି କିନ୍ତୁ କମିଶନର ଭଲ ଲୋକ ବୋଲି ସେ କହିଛନ୍ତି।

ଏ ଟ୍ୟାକ୍ସ କିଛି ଦିନ ଲାଗି ନୁହେଁ ବରଂ ସଂପୂର୍ଣ୍ଣ ପ୍ରତ୍ୟାହାର କର। ନଚେତ୍‌ କହୁଛନ୍ତି ଟିକସ ନଦେଲେ ଘର ସିଲ କରିବେ ବୋଲି। ଆମକୁ ସିଏ କଣ ଘରେ ପୂରାଇବେ ଆମେ ମନ୍ତ୍ରୀ, ସଚିବ ଓ ତାଙ୍କ କର୍ମଚାରୀଙ୍କୁ ଘରେ ପୂରାଇ ଦେବୁ। ଆଉ ଘର ଭିତରେ ପୂରେଇ ଦେଇ ଲଙ୍କା ଧୂଆଁ ଦେଇ ଘର ସିଲ୍‌ କରିଦେବୁ। ୧୫ ଦିନ ମଧ୍ୟରେ ଏହାକୁ ପୂରାପୂରି ଭାବରେ ଉଚ୍ଛେଦ କର, ନଚେତ୍‌ ଆମେ ଭୁବନେଶ୍ୱରବାସୀ ଏକାଠି ହୋଇ ବିରାଟ ବିପ୍ଲବ କରିବୁ। ଆଉ ସେଥିଲାଗି କେବଳ ନବୀନ ପଟ୍ଟନାୟକ ହିଁ ଦାୟୀ ରହିବେ। ବଡ଼ ବଡ଼ ଅଫିସ, ଅଟ୍ଟାଳିକା ଓ ମାର୍କେଟ୍‌ ବାଲାଙ୍କଠାରୁ ଟ୍ୟାକ୍ସ ଆଦାୟ କରୁନାହାନ୍ତି, ଆଉ ଗରିବୀ ଲୋକଙ୍କଠାରୁ କାହିଁକି ଟଙ୍କା ଆଦାୟ ହେବ ବୋଲି ସୁର ପ୍ରଶ୍ନ ମଧ୍ୟ କରିଛନ୍ତି।

ହୋଲ୍ଡିଂ ଟ୍ୟାସ ବାହାରୁ ଆସିଥିବା ଆଇଏଏସ୍‌ ଅଫିସର ମାନେ ବଢାଇଛନ୍ତି। ଯଦି ସେମାନଙ୍କୁ ଏତେ ଟଙ୍କା ଦେବାରେ ଅଛି ତେବେ ତାଙ୍କ ବାପା ପକେଟ୍‌ରୁ ଆଣି କାହିଁକି ଦେଉନାହାନ୍ତି ବୋଲି ସୁର କହିଛନ୍ତି। ଏହାସହ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଖଟିଖିଆ ଲୋକଙ୍କ ଲାଗି କିଛି ଯୋଜନା ହୋଇନାହିଁ। କେବଳ ଯୋଜନାରେ ସରକାର ଡିଡିମ୍ବ ପିଟୁଛନ୍ତି କିନ୍ତୁ କିଛି ହେଉନାହିଁ। କେବଳ ଟ୍ୟାକ୍ସ ନାଁ ଲୋକଙ୍କୁ ଲୁଟାଯାଉଥବା ସୁର କହିଛନ୍ତି। ଏମିତିକି ବର୍ତ୍ତମାନ ସମୟରେ ପିଇବା ପାଣି ମଧ୍ୟ ଠିକ୍‌ରେ ମିଳୁନାହିଁ। ତେଣୁ ସରକାର ଏ ନିଷ୍ପତ୍ତି ଓହରି ଯାଆନ୍ତୁ ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ସୁର କହିଛନ୍ତି।

Congress-leader-sura-routray-reaction-on-holding-tax-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories