• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଚାଲିପାରୁନାହିଁ ଗୃହ। ଏଥର ବିରୋଧୀ ନୁହେଁ ବରଂ ଶାସକଦଳର ବିଧାୟକଙ୍କ ହୋହାଲ୍ଲା ଓ ନାରାବାଜି ଲାଗି ସ୍ୱାଭାବିକ ଭାବରେ ଚାଲିପାରୁନାହିଁ ଗୃହ। ଚାଷୀ ପ୍ରସଙ୍ଗରରେ ଗୃହ ମଧ୍ୟରେ ସାନିଟାଇଜର ପିଇ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ଗୃହ ମଧ୍ୟରେ ବିଧାୟକଙ୍କର ଏପରି କାର୍ଯ୍ୟକୁ ସହଜରେ ଗ୍ରହଣ କରିପାରିନାହିଁ ଶାସକ ଦଳ ବିଜେଡି, ଦଳ କହିଛି ଯେ ପର୍ଯ୍ୟନ୍ତ ବିଧାୟକ କ୍ଷମା ନ ମାଗିଛନ୍ତି ସେ ପର୍ଯ୍ୟନ୍ତ ଆମେ ଗୃହକୁ ଚଲାଇ ଦେବୁନାହିଁ।

ବିଧାୟକ କ୍ଷମା ନମାଗିଲେ ଗୃହ ସଠିକ ଭାବରେ ଚାଲିପାରିବ ନାହିଁ। ଏନେଇ ରୋକଠୋକ ଶୁଣାଇ ଦେଇଛି ଶାସକ ଦଳ। ଆଜି ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ବି ରଖିଛନ୍ତି ଶାସକଦଳର ବିଞ୍ଝାରପୁର ବିଧାୟିକା ତଥା ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ। ସେ କହିଛନ୍ତି ଯେ, ଗୃହର ମର୍ଯ୍ୟାଦା ହାନୀ କରିଛନ୍ତି ବିଧାୟକ। ତେଣୁ ତୁରନ୍ତ ଗୃହରେ ଏନେଇ କ୍ଷମା ମାଗନ୍ତୁ ସୁବାଷ। ଭୁଲ କରିଛନ୍ତି, ଗୃହରେ କ୍ଷମା ମାଗିଲେ ତାଙ୍କର କଣ ଅସବୁଧା ହୋଇଯିବ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବିଧାୟକଙ୍କର ଯଦି ଧୈର୍ଯ୍ୟ ନାହିଁ, ସେ ଧୈର୍ଯ୍ୟ ଧରିକି ରହିପାରୁନାହାନ୍ତି ତେବେ ଏମିତି କାମ କାହିଁକି କଲେ? ବିଧାୟକଙ୍କୁ କେବଳ ଚାଷୀମାନେ ଭୋଟ୍‌ ଦେଇନାହାନ୍ତି ବରଂ ତାଙ୍କୁ ଯୁବକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ, ଆଇନଜୀବୀ, ଚାଷୀ, ଚାକିରିଆ ସମସ୍ତେ ଭୋଟ ଦେଇଛନ୍ତି। ଯଦି ଚାଷୀଙ୍କର କୌଣସି ସମସ୍ୟାର ସମାଧାନ ସେ ଚାହୁଁଥିଲେ ତେବେ ସରକାରଙ୍କ ସହ ଆଲୋଚନା କରି ତାହାର ସମାଧାନର ରାସ୍ତା ବାହାର କରିବାର ଦରକାର। କିନ୍ତୁ ତାହା ନକରି ଗୃହର ମର୍ଯ୍ୟାଦା କାହିଁକି କ୍ଷୂର୍ଣ୍ଣ କଲେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି। ଗୃହର ମର୍ଯ୍ୟାଦା ଆଗ ନାଁ ତାଙ୍କ ଦାବୀ ଆଗ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ଶାସକ ଦଳର ବିଧାୟିକା।

ଗୃହର ମର୍ଯ୍ୟାଦା ଯେ ପର୍ଯ୍ୟନ୍ତ ନଫେରିଛି ସେ ପର୍ଯ୍ୟନ୍ତ ଗୃହ ସଠିକ୍‌ ଭାବରେ ଚାଲିପାରିବ ନାହିଁ ବୋଲି ପ୍ରମିଳା ରୋକଠୋକ କହିଛନ୍ତି। ଏହାସହ ସେ ଓଲଟି ପ୍ରଶ୍ନ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାହିଁକି କ୍ଷମା ମାଗିବେ? ଧାନ ସମସ୍ୟାର ସମାଧାନ ଲାଗି ସରକାର ଓ ମନ୍ତ୍ରୀ ଉଭୟ ପ୍ରସ୍ତୁତ ଅଛନ୍ତି କିନ୍ତୁ ବିରୋଧୀ ପ୍ରସ୍ତୁତ ନାହାନ୍ତି। ଆମେ ଲୋକଙ୍କ ସମସ୍ୟାକୁ ନେଇ ଗୃହକୁ ଆସିଛନ୍ତି ଓ କିନ୍ତୁ ଗୃହରେ ଆମେ ଏମିତି କାଣ୍ଡ କଲେ ରାଜ୍ୟବାସୀ କଣ କହିବେ ବୋଲି ପ୍ରଶ୍ନ କରିଛନ୍ତି ସେ।

Congress-leader-sura-routray-on-increase-of-holding-tax-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories