ରାଜଭବନ ସାମ୍ନାରେ ଶ୍ରୀକାନ୍ତ ଜେନାଙ୍କ ଗର୍ଜନ

ଭୁବନେଶ୍ୱର: ରାଜଭବନ ସାମ୍ନାରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଗର୍ଜନ। ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା।

ଖଣି ଚୋରଙ୍କୁ ୫୦ ହଜାର କୋଟି ମାଫ୍, ଚାଷୀଙ୍କୁ କାହିଁକି ଛାଡ଼ ହେଉନି। ଏଥିସହିତ ଧାନ କ୍ୱିଣ୍ଟାଲ ୨୯ ଶହ ଟଙ୍କା, ଋଣ ଛାଡ୍ ଓ ଚାଷୀଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ଦାବି କରାଯାଇଛି।

ଋଣ ଛାଡ଼ ହେଲେ ସରକାର ଦେବାଳିଆ ହେବ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ କଟାକ୍ଷ କରିଛନ୍ତି ଶ୍ରୀକାନ୍ତ। ସେ କହିଛନ୍ତି, ୧୯ ବର୍ଷ ହେଲା ରାଜ୍ୟ ଦେବାଳିଆ ହେଲାଣି। ରାଜକୋଷ ଖାଲି ହେଲାଣି। ଚାଷୀଙ୍କୁ ବେଖାତିର କରୁଥିବା ସରକାରକୁ ଚାଷୀ ହିଁ ଜବାବ ଦେବେ।

କୃଷକଙ୍କ ସମସ୍ୟା ନେଇ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯାଇଛି। ଏଥିରେ ଶ୍ରୀକାନ୍ତ ଜେନାଙ୍କ ସହିତ କଂଗ୍ରେସ ନେତା କୃଷ୍ଣ ସଗରିଆ, କାହ୍ନୁଚରଣ ଲେଙ୍କା ତଥା ସାମାଜିକ କର୍ମକର୍ତ୍ତା ପ୍ରଫୁଲ୍ଲ ସାମନ୍ତରାପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି।

You might also like