‘ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ହେଉଛି କରୋନା ମ୍ୟାନେଜ୍‌ମେଣ୍ଟ’

ଭୁବନେଶ୍ୱର: ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ରାଜ୍ୟରେ ହେଉଛି କରୋନା ମ୍ୟାନେଜ୍‌ମେଣ୍ଟ। ଦୈନିକ ଯେତିକି ପାଣି ପସୁଛି, ସେତିକି ବାହାରୁଛି। ସେହିଭଳି ଯେତିକି ରୋଗୀ ଆକ୍ରାନ୍ତ ହେଉଛନ୍ତି ସେତିକି ସୁସ୍ଥ ହେଉଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିହଂ ସାଲୁଜା।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଲୁଜା। ଏବେ ସଠିକ୍ ଭାବେ ହିସାବ କଲେ ରାଜ୍ୟରେ ଏକ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ବାହାରିବେ। ସରକାର କେବଳ ବାହାଦୁରି ନେଉଛନ୍ତି। ଆଗାମୀ ଦିନରେ ମୁମ୍ବାଇଠୁ ବି ଦୟନୀତ ସ୍ଥିତି ଓଡ଼ିଶାରେ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସାଲୁଜା।

ସେହିଭଳି କରୋନା ମୁକାବିଲା ତରିକାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଜୁଲାଇ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ସରକାର ପୂର୍ବରୁ ଜାଣିଥିଲେ। ହେଲେ କରୋନା ନେଇ ଘୋଷଣା ହୋଇଥିବା ବିଭିନ୍ନ ଯୋଜନା ଓ ପରିଚାଳନା ନେଇ ସମସ୍ତ କଥା ସରକାର ଭୁଲି ଯାଇଥିବା ଭଳି ଲାଗୁଥିବା ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ। ସେପଟେ ବିରୋଧିଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like